Latest Odisha News

ମାସୁଦ୍ ଅଜହର ଜୀବିତ, ଆର୍ମି ହସ୍ପିଟାଲରୁ ସ୍ଥାନାନ୍ତର କଲା ପାକିସ୍ତାନ

ନୂଆଦିଲ୍ଲୀ : ଭାରତର ମୋଷ୍ଟ ୱାଣ୍ଟେଣ୍ଟ୍ ଆତଙ୍କବାଦୀ ତଥା ଜୈଶ-ଇ-ମହମ୍ମଦ ସଙ୍ଗଠନର ମୁଖ୍ୟ ମାସୁଦ ଅଜହର ଜୀବିତ ବୋଲି ଜିଓ ଉର୍ଦ୍ଦୂ ନ୍ୟୁଜ ଚ୍ୟାନେଲର ଏକ ରିପୋର୍ଟରୁ ଜଣାପଡିଛି ।

ଆତଙ୍କବାଦୀ ମସୁଦ ଅଜହର ମୃତ ବୋଲି ରବିବାର ଦିନ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା।

ମସୁଦ ଅଜହର ପାକିସ୍ତାନରେ ଅଛି ଏବଂ ସେ ଅସୁସ୍ଥ ରହିଥିବା ନେଇ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେସି ସ୍ୱିକାର କରିଥିଲେ । ତେବେ ଏସମ୍ପର୍କରେ ପାକିସ୍ତାନ ସରକାର ମୁହଁ ଖୋଲିନାହାନ୍ତି ।

ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ ଅଜହର କିଡନୀ ରୋଗରେ ପିଡିତ ଏବଂ ରବିବାର ସନ୍ଧ୍ୟା ପ୍ରାୟ ୭ଟା ୩୦ ମିନିଟ୍ ସମୟରେ ବାହାବଲପୁରର ଗୋଠ ଘାନୀ ନିକଟସ୍ଥ ରାୱଲପିଣ୍ଡି ଆର୍ମି ହସ୍ପିଟାଲରୁ ଜୈଶ କ୍ୟାମ୍ପକୁ ସ୍ଥାନାନ୍ତରିତ କରାଯାଇଥିଲା ।

Leave A Reply

Your email address will not be published.