Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧୦-୬-୨୦୨୧ ଗୁରୁବାର

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ ମସିହା ଜୁନ ତା ୧୦ରିଖ ଗୁରୁବାର ବୃଷ ୨୭ ଦିନ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥି ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର ଦିନ ୧୧ଘ ୪୭ ମିନିଟ୍ ପର୍ଯ୍ୟନ୍ତ ଭୋଗ ହେବ ତାହା ପରେ ମୃଗଶିରା ନକ୍ଷତ୍ର ବୃଷ ଚନ୍ଦ୍ର ଭୋଗ ହେବ।
ଘାତ ବାର- ତୁଳା ଓ କୁମ୍ଭ ରାଶିର
ଘାତ ଚନ୍ଦ୍ର- ବିଛା ରାଶି ପୁରୁଷଙ୍କର
ନିଷେଧ ଖାଦ୍ୟ- ତୈଳ ଆମିଷ (ମତ୍ସ୍ୟ ମାଂସ) ନିଷେଧ
ଆଜି ସାବିତ୍ରୀ ଅମାବାସ୍ୟା, ସାବିତ୍ରୀ ବ୍ରତ ପୂଜା ଉପବା

ମେଷ :
ଆଜି ଆପଣଙ୍କୁ ନୂତନ ନିଯୁକ୍ତିର ମିଳିବାର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍‌ ପରିଶ୍ରମ କରି ଶେଷରେ କୃତକାର୍ଯ୍ୟ ହେବେ। ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ ।

ପ୍ରତିକାର- ରାମରକ୍ଷା ସ୍ତୋତ୍ର ପାଠ କରନ୍ତୁ।

ବୃଷ:
ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମତଭେଦ ଘଟିପାରେ । ପରିବାରରେ ଅଶାନ୍ତି ଓ ବନ୍ଧୁଙ୍କଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହୋଇପାରେ ।

ପ୍ରତିକାର- ଓଁ ନମଃ ଶିବାୟ ଏହି ମନ୍ତ୍ରରେ ପାଞ୍ଚଟି ତ୍ରୀଶାଖା ବେଲପତ୍ର ଶିବଲିଙ୍ଗରେ ଚଢାନ୍ତୁ।

ମିଥୁନ:
ପାରିବାରିକ ସମସ୍ଯାକୁ ନେଇ ମନ ଅସ୍ଥିର ରହିବ। ଯେଉଁମାନଙ୍କୁ ସାହାଯ୍ୟ ସହଯୋଗ କରିଥିଲେ ପରୋକ୍ଷରେ ସେମାନେ ଆପଣଙ୍କ ବିପକ୍ଷରେ ଯିବେ। ସମସ୍ତ କର୍ମରେ ଅଯଥା ବିଳମ୍ବ ଓ ବାଧାବିଘ୍ନ ଉପୁଜିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।

ପ୍ରତିକାର- ସାତଟି ଦୁବ ଗଣେଶଙ୍କୁ ଚଢାନ୍ତୁ।

କର୍କଟ:
କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ ଓ ମହିଳା ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବେ । ଜୀବନ ସାଥୀର ସହଯୋଗ ପାଇବେ ଅଚାନକ ଧନପ୍ରାପ୍ତିର ଯୋଗ ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ବିଜୟୀ ହେବେ। ସୁସମାଚାର ଶୁଣି ଆନନ୍ଦିତ ହେବେ।

ପ୍ରତିକାର- ଶିବ ପଞ୍ଚାକ୍ଷର ସ୍ତୋତ୍ର ପାଠ କରନ୍ତୁ।

ସିଂହ:
ପୂର୍ବରୁ ଲାଗି ରହିଥିବା ବାଦବିବାଦରେ ଆଶୁ ସମାଧାନ ହୋଇଯିବ।ବାଣିଜ୍ୟ, ବ୍ୟବସାୟରେ ଆୟ ବୃଦ୍ଧି ଘଟିବ କର୍ମକ୍ଷେତ୍ରରେ ଉଚ୍ଚ କତୃପକ୍ଷଙ୍କ ଦ୍ଵାରା ପ୍ରଶଂସିତ ହେବେ ଶତୃମାନେ ପରାଜିତ ହେବେ।ଦେହ ମନ ସୁସ୍ଥ ରହିବ।

ପ୍ରତିକାର- ଓଁ ଘୃଣି ସୂର୍ଯ୍ଯାୟ ନମଃ ଏହି ମନ୍ତ୍ରରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ।

କନ୍ୟା:
ଆଜି ଆପଣ ଜଗିରଖି ଚଳନ୍ତୁ ଅପମାନ, ଅପଯଶ, ଅପବାଦ ପାଇପାରନ୍ତି। ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ସେମାନଙ୍କ କର୍ମକୁ ନେଇ ଚିନ୍ତିତ ହେବେ । ବାପାମା’ଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ପରିଶ୍ରମ ଅନୁଯାୟୀ ଆଶାଜନକ ଶୁଭ ଫଳ ପାଇବେ ନାହିଁ।

ପ୍ରତିକାର- ଗାଈକୁ ରୁଟି ଓ ଗୁଡ଼ ଖାଇବାକୁ ଦିଅନ୍ତୁ।

ତୁଳା:
ଆଜି ବ୍ୟବସାୟରେ ଆୟ ମଧ୍ୟମ ହେବ । ନିଜର ଉପସ୍ଥିତ ବୁଦ୍ଧି ବଳରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ବରାନ୍ବିତ କରି ଶେଷ ପର୍ଯ୍ୟାୟରେ ପହ଼଼ଞ୍ଚାଇବେ। ମୂଲ୍ୟବାନ ଭୂମି କିମ୍ବା ଯାନବାହନ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସଫଳତା ପାଇବେ। ମହିଳାମାନେ ଅତିଥି ସତ୍କାର କରିବେ।

ପ୍ରତିକାର- ମା ଲକ୍ଷ୍ମୀଙ୍କ ଦଶ ନାମକୁ ଦଶ ଥର ଜପ କରନ୍ତୁ।

ବିଛା:
ଆଜି କର୍ମ ପ୍ରତି ଆଗ୍ରହ, ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବା ହେତୁ ସମସ୍ତ କର୍ମରେ ଆଶାନୁରୂପ ସଫଳତା ପାଇବେ। ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି। ପରିବାରର ସାହାଯ୍ୟ ସହଯୋଗ ପାଇବାରୁ ମନ ପ୍ରଫୁଲ୍ଲିତ ରହିବ।

ପ୍ରତିକାର- ହନୁମାନଙ୍କୁ ଦର୍ଶନ କରିବା ସହିତ ରାଶି ତେଲର ଦୀପଟିଏ ଜାଳନ୍ତୁ ।

ଧନୁ:
ଆଜି ପରିଶ୍ରମ ଅନୁଯାୟୀ ଆଶାଜନକ ପାରିଶ୍ରମିକ ମିଳିବ ନାହିଁ କର୍ମରେ ଅନାଗ୍ରହ ଓ ବିଘ୍ନ ସୃଷ୍ଟି ହେବ । ଯାତ୍ରା ସମୟରେ ସତର୍କ ଅବଲମ୍ବନ କରନ୍ତୁ ଯାନ୍ତ୍ରିକ ତ୍ରୁଟି ବା ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି । ଧନକୁ ନେଇ ବିବାଦ ଓ ପରିବାରରେ ଅଶାନ୍ତି ଦେଖାଦେବ ।

ପ୍ରତିକାର- ପିତା ମାତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ।

ମକର:
ଆଜି ଆପଣଙ୍କର ବହୁଦିନର ଆଶା ପୂରଣ ହେବ।ଯଶ, ମାନ ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ପରିବାରର ଆଦର ପାଇବେ ।

ପ୍ରତିକାର- ଶିବଙ୍କ ପାଖରେ କର୍ପୁର ଆଳତୀ କରି ଆଳତୀର କଳାକୁ ମୁଣ୍ଡରେ ମାରନ୍ତୁ।

କୁମ୍ଭ:
ଅଟକିଥିବା କାମକୁ ପୁଣି ଆରମ୍ଭ କରିବେ ସମ୍ପୂର୍ଣ୍ଣ କରିବେ।ବ୍ୟବସାୟରେ ଆୟ ବୃଦ୍ଧି ଘଟିବ । ପୂର୍ବର ଯୋଜନାକୁ ପରିବର୍ତ୍ତିତ କରି ପ୍ରଶଂସିତ ହେବେ। ବକେୟା ଅର୍ଥ ଆଦାୟ ପାଇଁ ଦିନଟି ଅନୁକୂଳ ରହିବ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।

ପ୍ରତିକାର: କୁଆ ଓ ପାରାଙ୍କୁ କିଛି ଶସ୍ୟ ଖାଇବାକୁ ଦିଅନ୍ତୁ।

ମୀନ:
ଆଜି ଆକସ୍ମିକ ଧନଲାଭର ଯୋଗ ରହିଛି। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ଯାତ୍ରାରେ ଶୁଭଫଳ ମିଳିବ । ଶାରୀରିକ ମାନସିକ ପାରିବାରିକ ଅଭିବୃଦ୍ଧି ଘଟିବ ।ବିଦ୍ୟାର୍ଥୀମାନଙ୍କୁ ସଫଳତା ମିଳିବ ବିଦ୍ଯାକ୍ଷତ୍ରରେ ପରିଶ୍ରମ ଜାରି‌ ରଖିବେ । ମହିଳାମାନେ ଆନନ୍ଦିତ ହେବେ ।

ପ୍ରତିକାର- ନାରାୟଣଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶଥର ଜପ କରନ୍ତୁ।

ଜ୍ୟୋତିଷ ବାଣୀ-
ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ପାଇଁ ସରଳ ପ୍ରତିକାର।

ଶ୍ରୀଗଣେଶ ,କୁବେର ଓ ମା’ ଲକ୍ଷ୍ମୀହେଉଛନ୍ତି ଧନର ଦେବତା। ଏଣୁ କୁବେର, ମା’ ଲକ୍ଷ୍ମୀ ଓ ଶ୍ରୀଗଣେଶଙ୍କ ଚିତ୍ର ପଟ୍ଟ ବ୍ୟବସାୟ ଗୃହରେ ରଖନ୍ତୁ । ପ୍ରତିଦିନ ଧୂପ ଘିଅଦୀପ ଜାଳି ପୂଜା କରିବା ସହିତ ଶ୍ରୀସୁକ୍ତ ପାଠ କରନ୍ତୁ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.