ଭୁବନେଶ୍ୱର: ଆଜି ସାବିତ୍ରୀ ଅମାବାସ୍ୟା । ଏବର୍ଷ କରୋନା ଦାଉ ସାଧିଛି । ମନ୍ଦିର ପରିବେଶ ଫାଙ୍କା ଫାଙ୍କା । କରୋନା କଟକଣା ଯୋଗୁ ଶ୍ରଦ୍ଧାଳୁଙ୍କ ଗହଳି ଚହଳି ନାହିଁ । କାଁ ଭାଁ କେଉଁଠି ମହିଳାମାନେ ଦେବାଳୟ ଯାଇଥିବା ଦେଖିବାକୁ ମିଳିଛି । କରୋନା ଯୋଗୁ ଘରେ ଘରେ ପୂଜାର୍ଚ୍ଚନା କରିବା ସହ ସାବିତ୍ରୀ ବ୍ରତ କରୁଛନ୍ତି ମହିଳା । ସ୍ୱାମୀଙ୍କ ଦୀର୍ଘ ସୁସ୍ଥତା ଓ ନିରାମୟ ଜୀବନ କାମନା କରି ବ୍ରତ ରଖିଛନ୍ତି ମହିଳା ।
ବିବାହ ପରେ ହିନ୍ଦୁ ନାରୀଙ୍କ ପାଇଁ ସାବିତ୍ରୀ ବ୍ରତ ଏକ ବଡ଼ ପର୍ବ । ନୂଆ ଶାଢ଼ୀ, ଶଙ୍ଖା, ସିନ୍ଦୁର ଓ ବିଭିନ୍ନ ପ୍ରକା ଫଳମୂଳ ଧରି ପୂଜାର୍ଚ୍ଚନା କରାଯାଏ । ସାରା ଦିନ ଉପବାସ ରଖି ଥାଆନ୍ତି ମହିଳା । ଜ୍ୟେଷ୍ଠ ମାସ ଅମାବାସ୍ୟାରେ ସାବିତ୍ରୀ ବ୍ରତ ପାଳନ କରାଯାଏ । ପରମ୍ପରା ଅନୁସାରେ, ଏହି ଦିନ ସାବିତ୍ରୀ, ସତ୍ୟବାନ ଓ ଯମରାଜଙ୍କୁ ପୂଜା କରାଯାଇଥାଏ ।
କିମ୍ବଦନ୍ତୀ କହୁଛି ସାବିତ୍ରୀଙ୍କ ନିଷ୍ଠାପର ପୂଜାର୍ଚ୍ଚନା ଓ ପ୍ରାର୍ଥନା ଆଗରେ ହାର ମାନିଥିଲେ ଯମରାଜ । ସତ୍ୟବାନଙ୍କୁ ନୂଆ ଜୀବନଦାନ କରିଥିଲେ । ତେଣୁ ଏହି ଦିନ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ପୂଜାର୍ଚ୍ଚନା ଓ ବ୍ରତ ରଖି ଥାଆନ୍ତି ମହିଳା ।
BREAKING NEWS
- ୟଶ ଅଭିନୀତ ଟକ୍ସିକ ଫିଲ୍ମରୁ ଓହରିଲେ କରୀନା
- ପୁରୀରେ ନାମାଙ୍କନ ଭରିଲେ ହେଭିଓ୍ବେଟ୍ ନେତା
- ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କଲେ ବାସନ୍ତୀ ହେମ୍ବ୍ରମ
- ଆଇସିସି ର୍ୟାଙ୍କିଙ୍ଗ: ଦିନିକିଆ, ଟି୨୦ରେ ଭାରତ ନମ୍ବର ୱାନ
- ଦିନକ ପରେ ପୁଣି ଫେରିଲା ତାତି, ୪୧ ଟପିଲା ତାପମାତ୍ରା
- ସାଧାରଣ ନିର୍ବାଚନ ୨୦୨୪: ବରଗଡରେ ନାମାଙ୍କନ ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ନିପନ ଦାସ ଓ ସ୍ୱାଧୀନ ପ୍ରାର୍ଥୀ ନନ୍ଦନ ମହାନନ୍ଦ
- ଜିଏସଟି ଆକ୍ଟ ; କେନ୍ଦ୍ରକୁ ଡାଟା ମାଗିଲେ ସୁପ୍ରିମକୋର୍ଟ
- ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ, ୧୭ ଜଣ ଯବାନ ଆହତ
- ୨୪ ଘଣ୍ଟାର ବ୍ରେକ୍ ପରେ ବଢିଲା ତାପମାତ୍ରା, ପୁଣି ୪୦ ଡିଗ୍ରୀ ଡେଇଁଲା ରାଜଧାନୀ ତାତି
- ଖାରବେଳ ସ୍ୱାଇଁଙ୍କ ଘୋଷଣା; ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ