Latest Odisha News

ଗଞ୍ଜାମର ଏହିସବୁ ପଞ୍ଚାୟତ କାରୋନା ମୁକ୍ତ

ଗଞ୍ଜାମ: ବରଗଡ ଜିଲ୍ଲାର ଅନ୍ତରାଦି ଅଞ୍ଚଳ କେବଳ ଯେ ଗୋଟିଏ କାରୋନା ମୁକ୍ତ ଅଞ୍ଚଳ ନୁହେଁ। ଏଥିରେ ସାମିଲ ହୋଇଛି ଗଞ୍ଜାମ ଜିଲ୍ଲାର କିଛି ପଞ୍ଚାୟତ।

ଯେଉଁଠି କରୋନା ସଂକ୍ରମଣର ପନ୍ଦର ମାସ ପରେ ମଧ୍ୟ ଗୋଟିଏ ବି ପଜିଟିଭ ମାମଲା ଚିହ୍ନଟ ହୋଇନାହିଁ।

୨୦୨୧ ମସିହା ଏପ୍ରିଲରେ ଭାରତକୁ ଆସିଥିବା କୋଭିଡର ଦ୍ୱିତୀୟ ପ୍ରବାହ ମଧ୍ୟ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ କଙ୍କିଆ ପଞ୍ଚାୟତର ଲୋକଙ୍କୁ ଛୁଇଁ ପାରିନଥିଲେ।

ସୂଚନା ଅନୁଯାୟୀ, ଏହି ପଞ୍ଚାୟତର ଲୋକମାନେ ଜିଲ୍ଲା ପ୍ରଶାସନ ଦ୍ବାରା ଜାରି କରାଯାଇଥିବା ସମସ୍ତ ନିର୍ଦ୍ଦେଶାବଳୀ ଅନୁପାଳନ କରୁଛନ୍ତି। ଗାଁ ଛାଡୁଥିବା ଲୋକମାନେ ମଧ୍ୟ ସମସ୍ତ ସତର୍କତା ଅବଲମ୍ବନ କରୁଛନ୍ତି ବୋଲି କୁକୁଡାଖଣ୍ଡି ବିଡିଓ ଗଦାଧର ପାତ୍ର କହିଛନ୍ତି।

“ଆମେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରୁଛୁ। ସଠିକ୍ ଭାବେ ମାସ୍କ ପିନ୍ଧିବା ସହ ହାତ ଧୋଇଥାଉ‌। ଆମେ ଆମ ପରିବାର ସଦସ୍ୟ ତଥା ଅନ୍ୟ ଗ୍ରାମବାସୀଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଦେବାକୁ ଚାହୁଁଛୁ” ବୋଲି ଜଣେ ଗ୍ରାମବାସୀ କହିଛନ୍ତି।

ସେହିଭଳି ସୋରଡା ବ୍ଲକ ଅନ୍ତର୍ଗତ ଗଜଲବାଡି ପଞ୍ଚାୟତ ଅନ୍ତର୍ଗତ ୩୦ ଟି ଗାଁ ଏଯାଏଁ କରୋନା ଦ୍ୱାରା ପ୍ରଭାବିତ ହୋଇନାହିଁ।

ଗ୍ରାମବାସୀ ବାହାରକୁ ଯାଉଛନ୍ତି ଏବଂ ଅନ୍ୟ ଗାଁର ଲୋକମାନେ ମଧ୍ୟ ଏଠାକୁ ଆସୁଛନ୍ତି। ହେଲେ ସଚେତନତା ହେତୁ ସେମାନେ ଏହି ସଂକ୍ରମିତ ହୋଇନାହାଁନ୍ତି ବୋଲି ଜଣେ ଅଙ୍ଗନୱାଡି କର୍ମୀ କହିଛନ୍ତି।

Leave A Reply

Your email address will not be published.