Latest Odisha News

BREAKING NEWS

ପ୍ରଥମ ପତ୍ନୀଙ୍କ ସହ ଛାଡପତ୍ରକୁ ନେଇ ନୀରବତା ଭାଙ୍ଗିଲେ ରାଜ କୁନ୍ଦ୍ରା; କହିଲେ ଛାଡପତ୍ରର କାରଣ ଶିଳ୍ପା ନୁହନ୍ତି

ନୂଆଦିଲ୍ଲୀ: ପ୍ରତିଷ୍ଠିତ ବ୍ୟବସାୟୀ ରାଜ୍‌ କୁନ୍ଦ୍ରାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ପରେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କୁ ବିବାହ କରିବାକୁ ନେଇ ଅନେକ ସମୟରେ ଚର୍ଚ୍ଚା ଲାଗି ରହିଥାଏ। ତେବେ ଅନେକ ସମୟରେ ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ ରାଜ କୁନ୍ଦ୍ରା ଏବଂ ପ୍ରଥମ ପତ୍ନୀ କବିତା କୁନ୍ଦ୍ରାଙ୍କ ଛାଡପତ୍ର ପଛର କାରଣ ହେଉଛନ୍ତି ଶିଳ୍ପା।

ନିକଟରେ ଏକ ସାକ୍ଷାତକାରରେ ରାଜ କୁନ୍ଦ୍ରା ପ୍ରଥମ ପତ୍ନୀଙ୍କ ସହ ଛାଡପତ୍ର ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ।

ଯଦିଓ ସେ ୧୨ ବର୍ଷ ଧରି ଏହାକୁ ଅଣଦେଖା କରୁଥିଲେ କିନ୍ତୁ ବର୍ତ୍ତମାନ କବିତା ତାଙ୍କ ପତ୍ନୀ ଶିଳ୍ପାଙ୍କୁ ସୋସିଆଲ୍‌ ମିଡିଆରେ ଅପମାନିତ କରୁଛନ୍ତି।

ରାଜ କହିଛନ୍ତି ଯେ ଛାଡପତ୍ରର ପ୍ରକୃତ କାରଣ ଶିଳ୍ପା ନୁହନ୍ତି ବରଂ  ନିଜେ କବିତା ଥିଲେ।

ରାଜ ଆହୁରି ମଧ୍ୟ କହିଛନ୍ତି ଯେ କବିତା ତାଙ୍କ ପରିବାରର ସମସ୍ତଙ୍କ ସହ ସର୍ବଦା ଯୁକ୍ତିତର୍କ କରି ଏକ ବିଶୃଙ୍ଖଳିତ ପରିବେଶ ସୃଷ୍ଟି କରିଥିଲେ। ଏହାହିଁ ଥିଲା ଛାଡପତ୍ରର ପ୍ରକୃତ କାରଣ।

Leave A Reply

Your email address will not be published.