Latest Odisha News

BREAKING NEWS

ବାୟୋଟେକ୍ ଫାର୍ମ ମାଇଲାବ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ହେଲେ ଅକ୍ଷୟ କୁମାର

ନୂଆଦିଲ୍ଲୀ: ବାୟୋଟେକ୍ନୋଲୋଜି କମ୍ପାନୀ ମାଇଲାବ ଡିସକଭରି ସଲ୍ୟୁସନ୍ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କୁ ତାର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରିଛି।

ଏହା ଏକ ପୁଣେ ଭିତ୍ତିକ ଫାର୍ମ। ନିକଟରେ ଏହା ଦେଶର ପ୍ରଥମ କୋଭିଡ୍‌-୧୯ ସେଲ୍ଫ ଟେଷ୍ଟ କିଟ୍ କୋଭିସେଲଫ୍ ଲଞ୍ଚ କରିଛି।

ଅକ୍ଷୟ କୁମାରଙ୍କୁ ଏହାର ବ୍ରାଣ୍ଡ୍‌ ଆମ୍ବାସାଡାର କରିବାର ଲକ୍ଷ୍ୟ ହେଉଛି ଲୋକଙ୍କୁ ଉତ୍ପାଦର ବ୍ୟବହାର, ନିରାପତ୍ତା ଏବଂ ଫଳପ୍ରଦତା ବିଷୟରେ ଶିକ୍ଷା ଦେବା ଏବଂ ସେମାନଙ୍କୁ କୋଭିଡ ବିରୋଧରେ ଲଢିବା ପାଇଁ ଉତ୍ସାହିତା କରିବା। ଏହି ଲକ୍ଷ୍ୟରେ ଅକ୍ଷୟ କୁମାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି କମ୍ପାନୀ କହିଛି। ଅକ୍ଷୟ କୁମାର ନିଜର ସୁସ୍ଥ ଜୀବନ ଶୈଳୀ ସମାଜରେ ଏକ ଉହାହରଣ ସୃଷ୍ଟି କରିଛନ୍ତି।

Comments are closed.