Latest Odisha News

BREAKING NEWS

ଆମଲିବେଡାରେ ପ୍ରଥମ ଥର ଡାକ୍ତରୀ ଦଳ

ମାଲକାନଗିରି: ମାଲକାନଗିରିର ଏକ ଦୁର୍ଗମ ଅଞ୍ଚଳରେ ପହଂଚିଲା ଡାକ୍ତରୀ ଦଳ । ପ୍ରଥମ ଥର ପାଇଁ ଏହି ଡାକ୍ତରୀ ଦଳ ସେଠାରେ ପହଂଚିଛି । କୋରକେଣ୍ଡାର ନକ୍ସଲ ପ୍ରବଣ ଅଞ୍ଚଳ ଆମଲିବେଡାରେ ପହଂଚିଛି ଏହି ଟିମ୍ । ପ୍ରଥମ ଥର ପାଇଁ ଏହି ଡାକ୍ତରୀ ଦଳ ପହଂଚି ସ୍ୱାସ୍ଥ୍ୟବସ୍ଥା ନେଇ ଆଲୋଚନା କରିଛି । କୁଡ଼ୁଗୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କ ସମେତ ପୁରା ଟିମ୍ ଗାଁରେ ପହଂଚି ସେବା ଯୋଗାଇଥିଲେ ।

ମ୍ୟାଲେରିଆ ଦମନ ନେଇ ଏହି ଟିମ କାମ କରୁଥିବା ଜଣାପଡିଛି ।ବର୍ଷା ଋତୁ ଆସୁଥିବା ବେଳେ ଦୁର୍ଗମ ଗ୍ରାମଗୁଡିକରେ ମ୍ୟାଲେରିଆ ବ୍ୟାପିବା ସ୍ବାଭାବିକ ହୋଇଥିବା ବେଳେ ଡାକ୍ତରୀ ଦଳ ପକ୍ଷରୁ ଏହାର ଦମନ ନେଇ ପୂର୍ବ ପ୍ରସ୍ତୁତି କରାଯାଇଛି । ଗ୍ରାମରେ ଡିଡିଟି ସିଞ୍ଚନ କରାଯାଇଥିବା ବେଳେ ଗ୍ରାମର ସମସ୍ତ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ତେବେ ଏହି ଗ୍ରାମକୁ କୌଣସି ଏକ ସ୍ବାସ୍ଥ୍ୟ ସେବା ଦଳ ପହଞ୍ଚିଥିବାରୁ ଗ୍ରାମବାସୀଙ୍କ ଖୁସି କହିଲେ ନସରେ। ତେବେ ଆଗମୀ ଦିନରେ ଏଭଳି ସମସ୍ତ ଦୁର୍ଗମ ଗ୍ରାମକୁ ସେବା ଯୋଗାଇ ଦିଆଯିବ ବୋଲି କୁହାଯାଇଛି।

Comments are closed.