Latest Odisha News

BREAKING NEWS

ମାଓ ନେତା ମୋହନ ରାଓଙ୍କ ମୃତ୍ୟୁ

ମାଲକାନଗିରି: ବରିଷ୍ଠ ନକ୍ସଲ ନେତା ମୋହନ ରାଓଙ୍କ ମୃତ୍ୟୁ । ମୃତ୍ୟୁ ନେଇ ସ୍ପଷ୍ଟ କଲା ମାଓ ସଂଗଠନ । ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ଷ୍ଟେଟ କମିଟି ମେମ୍ବର ତଥା ବରିଷ୍ଠ ନକ୍ସଲ ନେତା କେ.ମୋହନ ରାଓ ଅରଫ ଦାମୁ ଦାଦାଙ୍କର ଦେହାନ୍ତ ହୋଇଯାଇଛି । ଦଣ୍ଡକାରଣ୍ୟ ଜଂଗଲରେ ତଂକର ଅନ୍ତିମ ସଂସ୍କାର କରାଯାଇଛି ।

ତେଲେଙ୍ଗାନା ରାଜ୍ୟର ମେହବୁବାବାଦ ଜିଲ୍ଲାର ଭୟାରାମ ମଣ୍ଡଲର ଗରଲା ଗ୍ରାମରେ ଏକ ମଧ୍ୟମ ପରିବାରରେ ତାଂକର ଜନ୍ମ।  ଖମାମ ଜିଲ୍ଲାରେ ନିଜର ଡିଗ୍ରୀ ସାରିବା ପରେ ଜକଟିଆ ବିଶ୍ବବିଦ୍ୟାଳୟରେ ଏମଏସସି ପିଜି ସମାପ୍ତ କରିଥିଲେ । ଦୁଇ ଦୁଇ ଥର ସେ ସ୍ବର୍ଣ୍ଣପଦକ ହାସଲ କରିସାରିଛନ୍ତି। ତେବେ ତାଂକର ପରିବାରର ବାମପନ୍ଥୀ ବିଚାରଧାରାକୁ ବିଶ୍ବାସ କରୁଥିଲା। ସେତେବେଳେ ନାଗଲବାଡୀ ଏବଂ ଶ୍ରୀକାକୁଲମ ଚାଷୀ ଆନ୍ଦୋଳନ ସେହି ଅଂଚଳର ଯୁବକଙ୍କୁ ଉସୁକାଉଥିଲା।

୧୯୮୨ ମସିହାରେ ମହୋନ ରାଓ ଦାଦିକଲ ଛାତ୍ର ସଂଘରେ ସାମିଲ ହୋଇଥିଲେ । ପରେ ସେ ନକ୍ସଲ ସଂଗଠନର ଜଣେ ଆଗଧାଡିର ନେତା ବନିଯାଇଥିଲେ। ଦୀର୍ଘ ୩୯ ବର୍ଷ ଧରି ସେ ମାଓ ସଂଗଠନରେ କାର୍ଯ୍ୟ କରି ବିଭିନ୍ନ ପଦପଦବୀରେ ରହିଥିଲେ । ସେ ଜେଲରେ ଥିବା ବେଳେ ରାଜନୈତିକ ଶିକ୍ଷା ପ୍ରଦାନ କରୁଥିଲେ। କ୍ରାନ୍ତିକାରୀ ଆନ୍ଦୋଳନର ସେ ପାଠ ପଢାଉଥିଲେ। ଦଣ୍ଡକାରଣ୍ୟ ଅଂଚଳରେ ସେ ବହୁ ସ୍କୁଲରେ ପାଠ ମଧ୍ୟ ପଢାଉଥିଲେ  ।

ତେଲେଙ୍ଗାନା ଏବଂ ଦଣ୍ଡକାରଣ୍ୟ ଅଂଚଳରେ ସେ ଦାମୁ ଦାଦା ଭାବେ ବେଶ ପରିଚିତ ଥିଲେ। ନିଜର ବିଚକ୍ଷଣ ବୁଦ୍ଧି ଏବଂ ସଂଗଠନକୁ ସମ୍ଭାଳିବା ଭଳି ଦକ୍ଷତା ତାଂକର ରହିଥିଲା। ସେ ବହୁ ରୋଗରେ ପୀଡିତ ହୋଇଥିଲେ। ତେବେ ଗତ କିଛି ଦନ ତଳେ ତାଂକର ସ୍ବାସ୍ଥ୍ୟ ଖରାପ ହେବା ପରେ ପିଏଲଜିଏର ସଦସ୍ୟମାନେ ଆସି ତାଂକୁ ଚିକିତ୍ସା କରିଥିଲେ । କିନ୍ତୁ ସେ ସୁସ୍ଥ ହୋଇନଥିଲେ। ଶେଷରେ ତାଂକର ମୃତ୍ୟୁ ହୋଇଥିଲା।

Comments are closed.