Latest Odisha News

ରାଜ୍ୟରେ ଆଉ ୪୪ କରୋନା ରୋଗୀଙ୍କ ମୃତ୍ୟୁ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ…

ଭୁବନେଶ୍ୱର: ରାଜ୍ୟରେ ଆଉ ୪୪ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ଯାହାକୁ ମିଶାଇ ମୋଟ୍ ମୃତ୍ୟୁ ସଂଖ୍ୟା ୩୩୪୬ ରେ ପହଞ୍ଚିଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ସୋମବାର ଦିନ ରାଜ୍ୟର ୧୯ଟି ଜିଲ୍ଲାରୁ ଏହି ୪୪ ରୋଗୀଙ୍କ ମୃତ୍ୟୁ ଘଟିଛି।

ଖୋର୍ଦ୍ଧାରୁ ସର୍ବାଧିକ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ବର , ବରଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, କେନ୍ଦୁଝର, ପୁରୀ, ରାୟଗଡା ଏବଂ ସୁନ୍ଦରଗଡରୁ ୩ ଜଣ ଲେଖାଏଁ ଓ ଅନୁଗୁଳ, କଳାହାଣ୍ଡି, ଏବଂ ନୟାଗଡ଼ରୁ ଦୁଇଜଣ ଲେଖାଁଏ ରୋଗୀଙ୍କ ମୃତ୍ୟୁ ହୋଇଛି।

ସେହିପରି ଭଦ୍ରକ, ବଲାଙ୍ଗୀର, ଢେଙ୍କାନାଳ, ଗଞ୍ଜାମ, ଝାରସୁଗୁଡା, ଏବଂ ସମ୍ବଲପୁରରୁ ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ଘଟିଛି।

Comments are closed.