ଅନୁଗୋଳ: ବାଡ଼ିରେ ଏମେତେଣେ ବୁଲୁବୁଲୁ ବିଅର୍ କେନରେ ମୁଣ୍ଡ ପୂରାଇ ଦେଲା ଢମଣା ସାପ । ଛଟପଟ ହେଉଥିଲା । ଲୋକ ଦେଖି ସ୍ନେକ ହେଲପ ଲାଇନ ସଦସ୍ୟକୁ ଖବର ଦେଲେ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଗଡ଼ିଆ ଗାଁରେ ଏହି ଘଟଣା ଦେଖିବାକୁ ମିଳିଥିଲା । ଗାଁର ଉମାକାନ୍ତ ବେହେରାଙ୍କ ବାଡିରେ ପଡ଼ିଥିବା ଏକ ବିଅର୍ କେନ୍ ଭିତରେ ମୁଣ୍ଡ ପୂରାଇ ଦେଇଥିଲା ଢମଣା ସାପ ।

ସାପଟି ବିଅର୍ କେନ୍ ଭିତରୁ ଆଉ ମୁଣ୍ଡକୁ ବାହାର କରି ପାରି ନଥିଲା । ଏପଟ ସେପଟ ହୋଇ ଭାରି କଷ୍ଟ ପାଉଥିଲା । ଘଟଣା ସମ୍ପର୍କରେ ଖବର ପାଇଁ ପହଞ୍ଚିଥିଲେ ସ୍ନେକ ହେଲପ ଲାଇନ୍ ସଦସ୍ୟ ହିମାଂଶୁ ଶେଖର ଦେହୁରୀ । ବେଶ ସତର୍କତାର ସହ ଆରମ୍ବ କରିଥିଲେ ଉଦ୍ଧାର କାମ । ଏକ କଇଁଚି ଜରିଆରେ ପ୍ରଥମେ ବିଅର କେନକୁ ଧିରେ ଧିରେ କାଟିଥିଲେ ।

ପରେ ମୃତ୍ୟୁ ଫାଶରୁ ମୁକୁଳି ଥିଲା ଢମଣା । ତେବେ ସୌଭାଗ୍ୟବଶତଃ ସାପ ବେକରେ କୌଣସି ପ୍ରକାର ଆଘାତ ଲାଗିନଥିଲା । ଏହି ସାପ ଲମ୍ବ ପାଖାପାଖ୍ ସାଢ଼େ ୫ ଫୁଟ ହେବ । ତାକୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ଛାଡ଼ି ଦେଇଥିଲେ ହିମାଂଶୁ ଦେହୁରୀ ।
BREAKING NEWS
- କେମିତି କରବେ E-Fasting …?
- ୩୭ତମ ସବ ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍; ବାଳିକା ସିଙ୍ଗଲ ୧୫ ଓ ୧୭ ବର୍ଷରୁ କମ୍ ବର୍ଗ ସେମିଫାଇନାଲରେ ଓଡ଼ିଆ ଖେଳାଳୀ
- ଲଣ୍ଡନରେ ଶାହରୁଖ ଓ କାଜୋଲଙ୍କ ବ୍ରୋଞ୍ଜ ପ୍ରତିମା ଉନ୍ମୋଚନ
- ବାଲ୍ୟବିବାହ ମୁକ୍ତ ଭାରତ ପାଇଁ ସଚେତନତା ଅଭିଯାନ ଆରମ୍ଭ
- ପୁରୁଣା ଆପାର୍ଟମେଣ୍ଟ ବିକ୍ରି ନିୟମକୁ ସହଜ କଲେ ଓଡ଼ିଶା ସରକାର
- ପୁଟିନଙ୍କ ବିମାନ ଉପରେ ସାରା ବିଶ୍ୱର ନଜର, ଜାଣନ୍ତୁ କେତେ ଜଣ କଲେ ଲାଇଭ୍ ଟ୍ରାକ୍..
- ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ: କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
- ହେଡେନଙ୍କୁ ଉଲଗ୍ନ ହେବାରେ ବଂଚାଇ ଦେଲେ ରୁଟ
- ପୁଟିନଙ୍କ ପାଇଁ ପ୍ରୋଟୋକଲ ଭାଙ୍ଗିଲେ ମୋଦି…
- କଳିଙ୍ଗା ଘାଟିର ଦୁର୍ଘଟଣା ପ୍ରବଣ ଚିହ୍ନଟ ସ୍ଥାନରେ ଲାଗିଲା ଭେଇକଲ ସେନ୍ସର୍ ଆଲର୍ଟ ଯନ୍ତ୍ର
Comments are closed.