Latest Odisha News

BREAKING NEWS

ଲକଡାଉନ୍ କୋହଳ ପରେ ରାୟଗଡାରେ ଜିଲ୍ଲା ପ୍ରଶାସନର ସ୍ଥିତି ଅନୁଧ୍ୟାନ

ରାୟଗଡା: ସଦ୍ୟ ସ୍ଥିତିକୁ ସମୀକ୍ଷା କରି ରାଜ୍ୟରେ ଲକ୍‌ଡାଉନ୍‌କୁ ଆଂଶିକ କୋହଳ କରାଯାଇଛି । ତେବେ ରାୟଗଡା ଜିଲ୍ଲାରେ ସଂକ୍ରମଣ ହାର କମିଥିଲେ ବି ମୃତ୍ୟୁ ହାର କିନ୍ତୁ କମିବାର ନାଁ ଧରୁନି । ଏଥିପାଇଁ କରୋନା ସଙ୍କଟ ସମେତ ଅନ୍ୟ ସମସ୍ୟାକୁ ନେଇ ରାୟଗଡା ଓ ଗୁଣୁପୁରରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲା ପ୍ରଶାସନିକ ଅଧିକାରୀ ।

କରୋନା କଟକଣା କୋହଳ ହେବା ପରେ ଗତକାଲି ଜିଲ୍ଲାପାଳ ସରୋଜ ମିଶ୍ର ଓ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ରାୟଗଡା ସଦରରେ ସ୍ଥିତି ଅନୁଧ୍ୟାନ କରିଥିଲେ । ସେହିଭଳି ଆଜି ଜିଲ୍ଲାପାଳ ସରୋଜ ମିଶ୍ରଙ୍କ ସମେତ ଉପଜିଲ୍ଲାପାଳ ଜେ.ସୋନାଲ୍ ଓ ଏସ୍‌ଡିପିଓ ଅଜୟ ବାରିକ ଗୁଣୁପୁର ସଦର ବୁଲି ସ୍ଥିତି ସମୀକ୍ଷା କରିଥିଲେ ।

ମିଳିଥିବା ସୂଚନା ଅନୁଯାୟୀ ଅନଲକ୍ ଗାଇଡ୍ ଲାଇନ୍‌କୁ ଅମାନ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ତାଗିଦ୍ କରିଛନ୍ତି । ସେହିଭଳି ଓଡିଶା ଆନ୍ଧ୍ର ସୀମାନ୍ତ ଉପରେ ନଜର ରଖିବା ସହ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ସଙ୍ଗରୋଧରେ ରହିବା ସହ ସଚେତନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଦୀର୍ଘଦିନ ହେଲା ଗୁଣୁପୁରରୁ ଆନ୍ଧ୍ରକୁ ଚୋରା ବାଲି ଚାଲାଣ ଜିଲ୍ଲା ପ୍ରଶାସନ ପାଇଁ ସମସ୍ୟା ସୃଷ୍ଟି କରିଛି । ଏଥିପାଇଁ ବୋର୍ଡର ଉପରେ କଡା ନଜର ରଖିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.