Latest Odisha News

BREAKING NEWS

ଭୟ ବଢାଉଛି ୨୯ଟି ଦେଶରେ ଦେଖାଦେଇଥିବା ନୂଆ କରୋନା ଷ୍ଟ୍ରେନ୍‌; ‘Lambda’

ନୂଆଦିଲ୍ଲୀ: ମାରାତ୍ମକ ଡେଲ୍‌ଟା ଭାରିଆଣ୍ଟକୁ ପରାସ୍ତ କରିବା ଲାଗି ବିଶ୍ବ ସ୍ତରୀୟ ଉଦ୍ୟମ ଜାରି ରହିଥିବା ବେଳେ ଏପଟେ ଆଉ ଏକ ନୂଆ ‌‌ଷ୍ଟ୍ରେନ୍‌କୁ ଚିହ୍ନଟ କରିଛି ‘ହୁ’। କରୋନାର ଆଉ ଏକ ପରିପର୍ତ୍ତିତ ରୂପକୁ ‘ଲମ୍ବଡା’ ନାମରେ ନାମିତ କରାଯାଇଛି। ଏହାକୁ ଭାରିଆଣ୍ଟ ଅଫ୍‌ ଇନ୍‌ଟ୍ରେଷ୍ଟ ମଧ୍ୟ କୁହାଯାଉଛି।

ଏହା ଉଦ୍‌ବେଗଜନକ ମନେ ହେଉଥିଲେ ବି ଜନସ୍ୱାସ୍ଥ୍ୟ ପାଇଁ ଏହା ଏକ ଗୁରୁତର ବିପଦ ବୋଲି ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ।

ଏହି ଷ୍ଟ୍ରେନ୍‌ ପ୍ରଥମେ ପେରୁରେ ଅଗଷ୍ଟ ୨୦୨୦ ରେ ଚିହ୍ନଟ ହୋଇଥିଲା। ଏହା ପରେ ବିଶ୍ବର ୨୯ଟି ଦେଶରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା ବୋଲି ‘ହୁ’ ପକ୍ଷୁ ସୂଚନା ଦିଆଯାଇଛି। ଏହା ମୁଖ୍ୟତଃ ଆର୍ଜେଣ୍ଟିନା ଏବଂ ଚିଲି ଅଧିକ ଦେଖିବାକୁ ମିଳିଛି।

ଚଳିତ ବର୍ଷ ଏପ୍ରିଲ୍ ପର୍ଯ୍ୟନ୍ତ ପେରୁରେ ରିପୋର୍ଟ ହୋଇଥିବା ସମସ୍ତ କରୋନାଭାଇରସ୍ ମାମଲା ମଧ୍ୟରୁ ୮୧ ପ୍ରତିଶତ ଲମ୍ବଡା ପ୍ରକାରର ବୋଲି ହୁ କହିଛି। ଚିଲିରେ ଗତ ୬୦ ଦିନ ମଧ୍ୟରେ ରିପୋର୍ଟ ହୋଇଥିବା କରୋନା ମାମଲାର ୩୨ ପ୍ରତିଶତ ଏହି ପ୍ରକାରର ଅଟେ।

Comments are closed.