ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏକ୍ସପ୍ରେସର କ୍ରୁ ମେମ୍ବରଙ୍କ ସମ୍ପୂର୍ଣ୍ଣ ଟିକାକରଣ ପରେ ପ୍ରଥମ ଆନ୍ତର୍ଜାତୀୟ ବିମାନ ଦିଲ୍ଲୀରୁ ଦୁବାଇକୁ ଉଡାଣ ଭରିଛି।
ସୂଚନା ଅନୁଯାୟୀ, ଫ୍ଲାଇଟ୍ ନମ୍ବର ଓଢ ୧୯୧ର ସମସ୍ତ ପାଇଲଟ୍ ଏବଂ କ୍ରୁ ସଦସ୍ୟମାନେ ଦ୍ବିତୀୟ ଡୋଜ ଟିକା ନେଇଛନ୍ତି।
ବଜେଟ୍ ଏୟାରଲାଇନ୍ସ ଏୟାର ଇଣ୍ଡିଆ ଏକ୍ସପ୍ରେସ ଦ୍ଵାରା ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଶୁକ୍ରବାର ଦିନ ସମ୍ପୂର୍ଣ୍ଣ ଟୀକାକରଣ ପରେ କମ୍ପାନୀର ପ୍ରଥମ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ ହୋଇଛି। ଏହି ବିମାନ ଶୁକ୍ରବାର ସକାଳ ୧୦.୪୦ ରେ ଦିଲ୍ଲୀରୁ ବିମାନ ଉଡ଼ାଣ କରିଥିଲା।
Comments are closed.