Latest Odisha News

BREAKING NEWS

ନିଜକୁ ଦଣ୍ଡ ଦେବା ପାଇଁ ୧୫ ଘଣ୍ଟାରେ ୯ଟି ‘ୱାଫଲ୍ସ‌’ ଖାଇଲେ ବ୍ୟକ୍ତି

ୱାଶିଂଟନ: ଜଣେ ଆମେରିକୀୟ ବ୍ୟକ୍ତି ନିଜ ଫାଣ୍ଟାସି ଫୁଟବଲ ଲିଗରେ ହାରିଯାଇଥିବାରୁ ନିଜକୁ ଦଣ୍ଡ ଦେବା ପାଇଁ ୧୫ ଘଣ୍ଟାରେ ୯ଟି ୱାଫଲସ୍‌ ଖାଇଲେ। ଏହି ଘଟଣା ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି।

ଏହା ଅବିଶ୍ୱସନୀୟ ମନେ ହେଉଥିଲେ ବି ଏହା ସତ। ଆମେରିକା ମିସିସିପିର ଜଣେ ସାମ୍ବାଦିକ ତାଙ୍କ ଫାଣ୍ଟାସି ଫୁଟବଲ ଲିଗରେ ହାରିଯିବା ପରେ ୱାଫଲ ହାଉସ ରେଷ୍ଟୁରାଣ୍ଟରେ ୨୪ ଘଣ୍ଟା ବିତାଇଥିଲେ। ଲି ସାଣ୍ଡର୍ଲିନ୍ ନାମକ ଜଣେ ବ୍ୟକ୍ତି ତାଙ୍କର ଏହି ଫଟୋକୁ ସୋସିଆଲ୍‌ ମିଡିଆରେ ସେୟାର କରିବା ପରେ ଏହା ବେଶ୍‌ ଭାଇରାଲ ହୋଇଥିଲା।

ସେ ୨୦ ମିନିଟ୍ ମଧ୍ୟରେ ୩ଟି ପ୍ଲେଟ୍ ୱାଫଲ୍‌ସ ଖାଇ ଶେ‌ଷ କରିଥିଲେ। ଏହାପରେ ସେ ତାଙ୍କର ସପ୍ତମ ୱାଫଲ ଖାଇବା ପାଇଁ ରାତି ୧୧.୩୧ ରେ ଅର୍ଡର ଦେଇଥିଲେ ଏବଂ ଏହାକୁ ୨.୨୫ ରେ ଶେଷ କରିଥିଲେ। ତା’ପରେ ସେ ଆଉ ୨ଟି ୱଫଲ୍‌ ଅର୍ଡର କରିଥିଲେ। ସେ କହିଥିଲେ ଯେ ଏହାକୁ ଶେଷ କରିବା ପାଇଁ ମୋତେ ସକାଳ ୭ଟା ଲାଗିଯିବ।”

Comments are closed.