ନୂଆଦିଲ୍ଲୀ: ଭାରତର ଶ୍ରେଷ୍ଠ ଆଥଲେଟ ତଥା ଅଲିମ୍ପିଆନ ମିଲଖା ସିଂ ଆରପାରିରେ । ଏଥିନେଇ ବିଭିନ୍ନ ମହଲରୁ ତାଙ୍କ ପ୍ରତି ଶୋକ ବ୍ୟକ୍ତ କରାଯାଉଛି । ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ଟୁଇଟ ଏବେ ଚର୍ଚ୍ଚାର କାରଣ ସାଜିଛି । ଏହି ଟୁଇଟ ନେଇ ତାଙ୍କୁ ଟ୍ରୋଲର ଶୀକାର ହେବାକୁ ପଡିଛି । ସେ ଏଥିରେ ମିଲଖାଙ୍କ ଯୋଗଦାନକୁ ପ୍ରଶଂସା କରିଥିବା ବେଳେ ଶେଷ ଧାଡିରେ କିନ୍ତୁ ଇଣ୍ଡିଆ ରିମେମ୍ବରସ ହର ଲେଖିଥିଲେ । ଯାହାକୁ ନେଇ ସୋସିଆଲ ସାଇଟରେ ତର୍କ ବିତର୍କ ଆରମ୍ଭ ହୋଇଛି । ଦେଶକୁ ନେଇ ପ୍ରାୟତଃ କୌଣସି ଜେଣ୍ଡର ବ୍ୟବହାର କରାଯାଇ ନାହିଁ । ନାଗରିକଙ୍କ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଇଥାଏ । କେତେକ ଦେଶକୁ ମଦରଲ୍ୟାଣ୍ଡ ଓ ଆଉ କେତେକକୁ ଫାଦରଲ୍ୟାଣ୍ଡ ବୋଲି ମଧ୍ୟ କୁହାଯାଇଥାଏ ।
ତେବେ ରାହୁଲ କେଉଁ କ୍ଷେତ୍ରରେ ଏହି ଶବ୍ଦ ବ୍ୟବହାର କଲେ ତାହା ଜଣାପଡି ନାହିଁ । ଜଣେ ଟ୍ରୋଲରଲେଖିଛନ୍ତି, ରାହୁଲ ଲିଙ୍ଗ ପରିବର୍ତନ କରି ଦେଲେ ସେହିପରି ଆଉ ଜଣେ ଲେଖିଛନ୍ତି ବୋଧହୁଏ ସେ ଶଶି ଥରୁରଙ୍କଠାରୁ ଇଂରାଜୀ ଶିଖିଛନ୍ତି ।
BREAKING NEWS
- Herbal garden:ଲୁଣା ନଦୀକୂଳରେ ହେବ ହର୍ବାଲ ଗାର୍ଡେନ;ସଂରକ୍ଷିତ ହେବ ଔଷଧୀୟ ଉଦ୍ଭିଦ,ଶିକ୍ଷଣୀୟ ଉଦ୍ଦେଶ୍ୟରେ ବିକଶିତ…
- ଏସିଆନ ଗେମ୍ସ: ଗଙ୍ଗା ନଦୀକୁ ଡେଇଁ ପଡିଥିଲେ ସନ୍ତରଣରେ ଭାରତ ପାଇଁ ପଦକ ଜିତିଥିବା ସଚିନ
- Pak Shahzad Bhatti Network:ଶାହଜାଦ ଭଟ୍ଟି ନେଟୱାର୍କକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା; UAPA ଅଧୀନରେ…
- ଡବ୍ଲ୍ୟୁପିଏଲ ୨୦୨୭, ଆଇପିଏଲ ଅକ୍ସନକୁ ନେଇ ବିସିସିଆଇର ବଡ଼ ନିଷ୍ପତ୍ତି
- ଭାରତ – ନ୍ୟୁଜିଲ୍ୟାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିକୁ ନ୍ୟୁଜିଲ୍ୟାଣ୍ଡ ସଂସଦର ମଞ୍ଜୁରୀ
- ଏସିଆନ ଗେମ୍ସ ସ୍ୱର୍ଣ୍ଣ ଜିତି ଇତିହାସ ରଚିବା ଏବେ ଦଳର ମୂଳ ଲକ୍ଷ୍ୟ: ସୋଏର୍ଡ ମାରିଜ୍ନେ
- ପୁଣି ହସାଇବାକୁ ଆସୁଛନ୍ତି କପିଲ ଓ ସୁନୀଲ: ଖୁବଶୀଘ୍ର ଫେରୁଛି ‘ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ’ ସିଜନ ୫
- Subhadra Scheme Applications:ଏହି ଦିନ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ
- ୨୦୧୩ ଝିରମ ଘାଟି ନରସଂହାର ମାମଲାରେ ୧୦ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ
- ଏସିଆନ୍ ଗେମ୍ସ: ବିପ୍ରଜ ନିଗମ ଜାତୀୟ ଦଳରେ ସାମିଲ, ବାଦ ପଡ଼ିଲେ ବରୁଣ

Comments are closed.