Latest Odisha News

BREAKING NEWS

ଅଲ୍ଲୁ ଅର୍ଜୁନ ଅଭିନୀତ ଫିଲ୍ମର ରିମେକରେ କାମ କରିବେ କାର୍ତିକ

ମୁମ୍ବାଇ: ବଲିଉଡର ଉଦୀୟମାନ କଳାକାର କାର୍ତିକ ଆର୍ଯ୍ୟନଙ୍କୁ ଖୁବ୍‌ଶୀଘ୍ର ତେଲୁଗୁର ଏକ ସୁପରହିଟ ଫିଲ୍ମର ରିମେକରେ ଦେଖିବାକୁ ମିଳିବ । ଅର୍ଲ୍ଲୁ ଅର୍ଜୁନ ଓ ପୂଜା ହେଗଡେଙ୍କ ଅଲା ବୈକୁଣ୍ଠପୁରମଲୋ ଫିଲ୍ମ ୨୦୧୮ରେ ରିଲିଜ ହୋଇ ଧମାକା ସୃଷ୍ଟି କରିଥିଲା । ଏହାର ହିନ୍ଦୀ ରିମେକରେ କାର୍ତିକଙ୍କ ସହ କୀର୍ତି ସେନନ ଅଭିନୟ କରିବେ । ନିକଟରେ ଏହି ଫିଲ୍ମର ଏକ ଗୀତ ବୋଟା ବୋମ୍ମା ଗୀତରେ କାର୍ତିକଙ୍କ ଡ୍ୟାନ୍ସ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା ।

ସୂଚନାଯୋଗ୍ୟ, କିଛି ଦିନ ତଳେ କାର୍ତିକଙ୍କ ହାତରୁ ୩ଟି ବଡ ବ୍ୟାନରର ଫିଲ୍ମ ଛଡାଇ ନିଆଇଯାଇଥିଲା । ଯାହାକୁ ନେଇ ସୋସିଆଲ ସାଇଟରେ ତାଙ୍କ ପ୍ରତି ସମର୍ଥନର ସୁଅ ଛୁଟିଥିଲା । ଏପରିକି ଆମେ ଏକ ସୁଶାନ୍ତ ସିଂ ରାଜପୁତଙ୍କୁ ହାତଛଡା କରିବୁ ନାହିଁ ବୋଲି ସେମାନେ କହିଥିଲେ ।

Leave A Reply

Your email address will not be published.