Latest Odisha News

BREAKING NEWS

ମୋଷ୍ଟ ଓ୍ୱାଣ୍ଟେଡ୍ ଲସ୍କର କମାଣ୍ଡର ସମେତ ୩ ଆତଙ୍କୀ ନିପାତ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ବିରୋଧୀ ଅଭିଯାନରେ ବଡ଼ ସଫଳତା । ସୁରକ୍ଷାକର୍ମୀ ଗୁଳିଲେ ଗଡ଼ିଲା ୩ ଲସ୍କର ଆତଙ୍କବାଦୀଙ୍କ ମୁଣ୍ଡ । ଏମାନଙ୍କ ଭିତରେ ଜଣେ ଲସ୍କର-ଏ-ତୋଇବା ଆତଙ୍କବାଦୀ ସଂଗଠନର କମାଣ୍ଡର ରହିଛି । ତା ନାଁ ମୁଦାସିର ପଣ୍ଡିତ । ସେ ଥିଲା ମୋଷ୍ଟ ଓ୍ୱାଣ୍ଡେଡ୍ ଆତଙ୍କୀ । ବାରମୁଲ୍ଲା ଜିଲ୍ଲା ସପୋର ଅଞ୍ଚଳରେ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଉତ୍ତର କାଶ୍ମୀର ଅନ୍ତର୍ଗତ ଗୁଣ୍ଡ ବ୍ରର୍ଥ ଅଞ୍ଚଳରେ ମୁହାଁମୁହିଁ ହୋଇଥିଲେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ । ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇଁ ଗତକାଲି ବିଳମ୍ବିତ ରାତିରେ ଆରମ୍ଭ କରିଥିଲେ ଅପରେସନ୍ । ପୋଲିସ ଓ ସୁରକ୍ଷାକର୍ମୀଙ୍କୁ ଦେଖି ଆତଙ୍କବାଦୀ ଗୁଳିମାଡ଼ କରିଥିଲେ । ପାଲଟା ଜବାବ ଦେଇଥିଲେ ସୁରକ୍ଷାବାହିନୀ । ଏନକାଉଣ୍ଟରରେ ଯାଇଛି ୩ଆତଙ୍କୀଙ୍କ ଜୀବନ ।

ମୁଦାସିର ପଣ୍ଡିତ ପୋଲିସ ପାଇଁ ମୋଷ୍ଟ ଓ୍ୱାଣ୍ଟେଡ୍ ଥିଲା । କାଶ୍ମୀର ଆଇଜି କହିଛନ୍ତି, ମୁଦାସିର ତିନି ଜଣ ପୋଲିସ, ୨ ଜଣ କାଉନସିଲର ଓ ୨ ଜଣ ସାଧାରଣ ନାଗରିକକୁ ହତ୍ୟା କରିଥିଲା । ତାକୁ ବହୁଦିନରୁ ଖୋଜୁଥିଲା ପୋଲିସ ।

Leave A Reply

Your email address will not be published.