Latest Odisha News

BREAKING NEWS

କେନ୍ଦ୍ରାପଡାର ମହାକାଳପଡାରେ ଆରମ୍ଭ ହେଲା ବୋଟ୍ ଆମ୍ବୁଲାନ୍ସ ସେବା

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ୍ ଅନ୍ତର୍ଗତ ବତିଘର ଓ ଜମ୍ବୁ ପଞ୍ଚାୟତର ସୁଦୂର ତଥା ଅପହଞ୍ଚ ଅଞ୍ଚଳଗୁଡିକ ଲାଗି ବୁଧବାର ଦିନ ୧୦୮ ବୋଟ୍ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରାଯାଇଛି । ଯାହାଫଳରେ ନଦୀ ନାଳ ଘେରା ଅଞ୍ଚଳବାସୀ ଉପକୃତ ହେବେ ।

ମହାକାଳପଡା ବିଧାୟକ ସବ୍ୟସାଚୀ ନାୟକ ଦକ୍ଷିଣ ବରକୋଳିଖଳା ଘାଟରେ ଏହି ସେବାକୁ ଉଦଘାଟନ୍ କରିଛନ୍ତି । ଏହି ବୋଟ୍ ଆମ୍ବୁଲାନ୍ସ ରୋଗୀମାନଙ୍କୁ ସମସ୍ତ ପ୍ରାଥମିକ ଚିକିତ୍ସା ପ୍ରଦାନ କରିବ ଏବଂ ଏଥିପାଇଁ ୪ ଜଣ କର୍ମଚାରୀ ଓ ଆବଶ୍ୟକ ଚିକିତ୍ସା ଉପକରଣ ବୋଟରେ ମଧ୍ୟ ରହିବ ।

ମିଳିଥିବା ସୂଚନାନୁଯାୟୀ ଏହି ସେବାରେ ୨୫ ହଜାରରୁ ଅଧିକ ଲୋକ ଉପକୃତ ହେବେ ।

ଆହୁରି ମଧ୍ୟ ଏହା ପୂର୍ବରୁ ମାଲକାନଗିରି ଜିଲ୍ଲାରେ ୨ଟି, କେନ୍ଦ୍ରାପଡାରେ ୨ଟି, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ଗୋଟିଏ ଲେଖାଏଁ ବୋଟ୍ ଆମ୍ବୁଲାନ୍ସ ଲାଗି ସ୍ୱୀକୃତି ପ୍ରଦାନ କରାଯାଇଛି ।

Leave A Reply

Your email address will not be published.