Latest Odisha News

BREAKING NEWS

୧୦୮ ଗରା ଜଳରେ ସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଦେବସ୍ନାନ ପୂର୍ଣ୍ଣମାରେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ସ୍ନାନଯାତ୍ରା । ରତ୍ନ ସିଂହାସନରୁ ସ୍ନାନବେଦୀକୁ ଓହ୍ଲାଇ ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ସ୍ନାନମଣ୍ଡପରେ ଶ୍ରୀଜିଉମାନଙ୍କର ସ୍ନାନ ନୀତି ହୋଇଛି । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଷୋଡ଼ଷ ଉପଚାର ପୂଜା ପରେ ଏବେ ୧୦୮ ଗରା ଜଳରେ ମହାପ୍ରଭୁଙ୍କୁ ସ୍ନାନ କରାଇଛନ୍ତି ସେବାୟତ ।

ତାପୂର୍ବରୁ ଧାଡ଼ି ପହଣ୍ଡିରେ ସାତ ପାହାଚ ଦେଇ ବଡ଼ ଦେଉଳ ଗମ୍ଭୀରାରୁ ବାହାରି ଆସିଥିଲେ ଶ୍ରୀବିଗ୍ରହ । ପ୍ରଭୁ ଶ୍ରୀଳଭଦ୍ରଙ୍କୁ ୩୩ ଗରା, ଦେବୀ ସୁଭଦ୍ରାଙ୍କୁ ୨୨ ଗରା, ଶ୍ରୀଜଗନ୍ନାଥଙ୍କୁ ୩୫ ଗରା ଓ ଶ୍ରୀସୁଦର୍ଶନଙ୍କୁ ୧୮ ଗରା ସୁବାସିତ ଜଳରେ ସ୍ନାନ କର।ଯାଇଛି ।

ଏହାପରେ ମେକାପ ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ ହେବ । ପୂର୍ବାହ୍ଣ ସାଢ଼େ ୧୦ଟାରେ ଛେରା ପହଁରା ନୀତି ସମ୍ପାଦିକ ହେବ । ଦିନ ୧୧ଟାରୁ ୧୨ଟା ଭିତରେ ସ୍ନାନମଣ୍ଡପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୁର୍ଲଭ ଗଜାନନ ବା ହାତୀ ବେଶ । କରୋନା କଟକଣା ଭିତରେ ଏବର୍ଷ ଅନୁଷ୍ଠିତ ହେଉଛି ଶ୍ରୀଜିଉଙ୍କ ସ୍ନାନଯାତ୍ରା । ସ୍ନାନ ମଣ୍ଡପରୁ ଦିବ୍ୟ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି ।

Leave A Reply

Your email address will not be published.