Latest Odisha News

BREAKING NEWS

ଟିକା ନେଇ ନଥିଲେ ବିଧାୟକଙ୍କୁ ବିଧାନସଭା ମନା

ପାଟନା: ଟିକା ନେଇ ନଥିଲେ ବିଧାନସଭାରେ ପ୍ରବେଶ ଅନୁମତି ନାହିଁ । ଯେଉଁମାନେ କରୋନା ଟିକା ନେଇଛନ୍ତି ସେମାନଙ୍କୁ ବିଧାନସଭାରେ ଏଣ୍ଟ୍ରି ପାଇଁ ଅନୁମତି ମିଳିବ । ଯିଏ ନେଇ ନାହାନ୍ତି ସେମାନଙ୍କୁ ବିଧାନସଭା ମନା । ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ବିହାର ବିଧାନସଭା ବାଚସ୍ପତି ବିଜୟ କୁମାର ସିହ୍ନା ।

ଆସନ୍ତା କିଛି ଦିନ ଭିତରେ ବିହାର ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତାପୂର୍ବରୁ ଏହି ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ଏଭଳି ନିର୍ଦ୍ଦେଶନାମା ପରେ ବିରୋଧୀ ଦଳ ନେତା ତଥା ଆରଜେଡି ବିଧାୟକ ତେଜସ୍ୱୀ ଯାଦବ ଓ ତେଜ ପ୍ରତାପ ଯାଦବଙ୍କୁ ଅଡୁଆରେ ପକାଇପାରେ । କାରଣ ଦୁହେଁ ଏଯାଏ ଟିକା ନେଇ ନାହାନ୍ତି । ପୂର୍ବରୁ ତେଜସ୍ୱୀ କହିଥିଲେ ଟିକା ନେବାର ସେ ଶେଷ ବ୍ୟକ୍ତି ହେବେ ।

ମୌସୁମୀ ଅଧିବେଶନ ପୂର୍ବରୁ ଟିକା ନେବାକୁ ସବୁ ବିଧାୟକଙ୍କୁ ଅନୁରୋଧ କରିଛନ୍ତି ବାଚସ୍ପତି ବିଜୟ କୁମାର ସିହ୍ନା । ଏଥିସହ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଲୋକଙ୍କୁ ଟିକା ନେବାକୁ ଉତ୍ସାହିତ କରିବା ପାଇଁ କହିଛନ୍ତି । ୮୦ ପ୍ରତିଶତରୁ ଅଧିକ ଟିକାକରଣ ହୋଇଥିବା ନିର୍ବାଚନ ମଣ୍ଡଳୀର ବିଧାୟକଙ୍କୁ ବିଧାନସଭାରେ ସମ୍ମାନିତ କରାଯିବ ବୋଲି ବାଚସ୍ପତି ଘୋଷଣା କରିଛନ୍ତି ।

Leave A Reply

Your email address will not be published.