Latest Odisha News

BREAKING NEWS

ଦାସିଆ ସାଂସ୍କୃତିକ ପରିଷଦ ପକ୍ଷରୁ ଅନଲାଇନ କବିତା ଆସର

ଉମରକୋଟ : ବିଶିଷ୍ଟ ସାଂସ୍କୃତିକ ଅନୁଷ୍ଠାନ , ଦାସିଆ ସାଂସ୍କୃତିକ ପରିଷଦ ପକ୍ଷରୁ ରାଜ୍ୟସ୍ତରୀୟ ଷଷ୍ଠ ଅନଲାଇନ କବିତା ଆସର ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ନଳିନୀ ରଞ୍ଜନ ମିଶ୍ର ମୁଖ୍ୟ ଅତିଥି ଅତିଥି ଭାବରେ ଯୋଗ ଦେଇଥିଲେ।

କବି ଏମ . ହିମାଂଶୁ ଆଚାରୀଙ୍କ ସ୍ୱାଗତ ଭାଷଣ ସହ ଆରମ୍ଭ ହୋଇଥିବା ଏହି କବିତା ଆସରରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ନିମନ୍ତ୍ରିତ କବି ଯଥା ଲକ୍ଷ୍ମୀପ୍ରିୟା ଓଝା , ଯାଜ୍ଞସେନୀ ହୋତା , ରଞ୍ଜୁଲତା ବେହେରା , ଅଶୋକ ମହାରଣା , ପ୍ରଫୁଲ୍ଲ କୁମାର ହୋତା , ପିତାମ୍ବର ବେହୁରିଆ, ଜୟଶ୍ରୀ ଦେବୀ , ସ୍ନେହଲତା ଦାସ ଲେଙ୍କା , ପ୍ରପର୍ଣ୍ଣି ପାଣିଗ୍ରାହୀ , ଫ୍ରାନସିସ ଶତପଥୀ , ବିମଳା ଶଙ୍କର ଦାଶ, ପ୍ରିୟଙ୍କା ଦାସ ମହାନ୍ତି , ମମତା ରାଣୀ ଦାଶ ପ୍ରମୁଖ ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିଲେ।

ରାଧାରାଣୀ ସରକାର ଓ ହିମାଂଶୁ ଆଚାରୀଙ୍କ ସଂଯୋଜନାରେ ଆୟୋଜିତ ଏହି କବିତା ଆସରରେ ପରିଷଦର ସଭାପତି ଟୁଟୁ ବାବୁ ପଟ୍ଟନାୟକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ପ୍ରଦାନ କରିଥିବା ବେଳେ ସୁରେଶ କୁମାର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.