ଭୁବନେଶ୍ୱର: କାଲି କମିଥିଲା, ଆଜି ପୁଣି ବଢିଲା ମୃତ୍ୟୁସଂଖ୍ୟା । ରାଜ୍ୟରୁ କରୋନା ଆଉ ୪୮ ଆକ୍ରାନ୍ତଙ୍କ ଜୀବନ ନେଇଛି । ୧୮ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ଭିତରେ ଭୁବନେଶ୍ୱରରୁ ଅଛନ୍ତି ୫ ଜଣ ।
କଟକ ଓ ନୟାଗଡ଼ ଜିଲ୍ଲାରେ ମୃତ୍ୟୁସଂଖ୍ୟା କମୁନି । ୨୪ ଘଣ୍ଟାରେ ଆଉ ୫ ଜଣ ଲେଖାଏ ମୃତ୍ୟୁବରଣ କରିଛନ୍ତି । ଗଞ୍ଜାମ ଓ ସୁନ୍ଦରଗଡ଼ ଜିଲ୍ଲାରୁ କରୋନା ନେଇଛି ଆଉ ୪ ଜଣ ଲେଖାଏ ଆକ୍ରାନ୍ତଙ୍କ ଜୀବନ । ବରଗଡ଼, ବୌଦ୍ଧ, ଢେଙ୍କାନାଳ ଜିଲ୍ଲାରୁ ୩ଜଣ ଲେଖାଏ ମତ୍ୟୁବରଣ କରିଛନ୍ତି ।
ଅନୁଗୋଳ, ବାଲେଶ୍ୱର, ଭଦ୍ରକ, ଝାରସୁଗୁଡ଼ା ଜିଲ୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଜଗତସିଂହପୁର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ପୁରୀ, ସମ୍ୱଲପୁର ଜିଲ୍ଲାରୁ କରୋନାରେ ଜଣେ ଲେଖାଏ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୪ହଜାର ୧୮କୁ ବୃଦ୍ଧି ପାଇଛି ।
Comments are closed.