Latest Odisha News

ରାଜ୍ୟରେ ଦିନକରେ ୭୫ ହଜାର କୋଭିଡ୍ ଟେଷ୍ଟିଂ, ଚିହ୍ନଟ ହେଲେ ୩୩୭୧ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ଦିନେ କମୁଛି, ପୁଣି ଦିନେ ବଢୁଛି । ଗତକାଲି ୩ ହଜାରରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ସଂଖ୍ୟା ପୁଣି ଥରେ ୩ ହଜାର ପାର କରିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୩୭୧ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୨ହଜାର ୬୪୦ । ତେବେ ଗତକାଲି ଅପେକ୍ଷା ୨୪ ଘଣ୍ଟାରେ ୧୦ ହଜାରରୁ ଅଧିକ ଟେଷ୍ଟ ହୋଇଛି । ଗତକାଲି ୬୩ହଜାର ୬୯୫ ଟେଷ୍ଟ ହୋଇଥିବା ବେଳେ ୨୪ ଘଣ୍ଟାରେ ୭୫ହଜାର ୬୪୯ ନମୁନା ପରୀକ୍ଷା ହୋଇଛି ।

BjdElectrycity

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୩୦, କଟକରୁ ୪୬୮, ବାଲେଶ୍ୱରରୁ ୨୫୮, ମୟୂରଭଞ୍ଜରୁ ୨୨୨, କେନ୍ଦ୍ରାପଡ଼ାରୁ ୨୧୯, ଯାଜପୁରରୁ ୨୧୦, ପୁରୀରୁ ୧୯୩, ନୟାଗଡ଼ ଓ ଜଗତସିଂହପୁର ଜିଲ୍ଲାରୁ ୧୩୫ ଲେଖାଏ ପଜିଟିଭ୍ କେସ୍ ବାହାରିଛି । ଭଦ୍ରକକୁ ଚିହ୍ନଟ ହୋଇଛନ୍ତି ୧୭୬ ସଂକ୍ରମିତ ।

ବାକି ୨୦ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ଦେବଗଡ଼ରେ ସବୁଠୁ କମ୍ ୩ ଜଣ ଓ ନୂଆପଡ଼ାରୁ ୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ପଜିଟିଭ୍ ହାର ରହିଛି ୪.୪୫ ପ୍ରତିଶତ । ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୯ହଜାର ୮୦୦କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୮ଲକ୍ଷ ୭୪ହଜାର ୩୦୭ ଆକ୍ରାନ୍ତ । ଏବେ ରାଜ୍ୟରେ ୩୧ହଜାର ୪୨୨ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.