Latest Odisha News

BREAKING NEWS

ଆଜି କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ: ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ହୋଇପାରେ ମାନସମନ୍ଥନ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସୁଛି କେନ୍ଦ୍ର କ୍ୟାବିନେଟ୍ ବୈଠକ । ଦିଲ୍ଲୀ ୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ପରିସରରେ ଏହି ବୈଠକ ବସିବ । ଏଠାରେ କରୋନା ମୁକାବିଲା, ଟିକାକରଣ ଆଦି ପ୍ରସଙ୍ଗରେ ଆଲୋଚନା ନେଇ ସୂଚନା ମିଳିଛି । କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି କେନ୍ଦ୍ର ସରକାର । ତାପରେ ମନ୍ତ୍ରୀ ପରିଷଦ ବୈଠକ ବି ବସିବା କାର୍ଯ୍ୟକ୍ରମ ରହିଛି ।

ମନ୍ତ୍ରୀ ପରିଷଦ ବୈଠକରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ମାନସମନ୍ଥନ ହେବା ନେଇ ଚର୍ଚ୍ଚା ହେଉଛି । ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ନିଜ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିବା ନେଇ ଆଲୋଚନା ହେଉଛି । ମୌସୁମୀ ଅଧିବେଶନ ପୂର୍ବରୁ କ୍ୟାବିନେଟ୍ ସମ୍ପ୍ରସାରଣ ହୋଇପାରେ । ତାପୂର୍ବରୁ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ପୃଥକ ପୃଥକ ଭେଟି ଆଲୋଚନା ବି କରୁଛନ୍ତି ପ୍ରଧାନମନ୍ତ୍ରୀ ।

ଏବେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ୬୦ ଜଣ ମନ୍ତ୍ରୀ ଅଛନ୍ତି । ଆହୁରି ୧୫-୨୦ ଜଣ ନୂଆ ମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନିଜ କ୍ୟାବିନେଟରେ ସାମିଲ କରିବା ନେଇ ଚର୍ଚ୍ଚା ଚାଲିଛି । କିଛି ନୂଆ ଚେହେରାଙ୍କ ସୁଯୋଗ ମିଳିପାରେ । କିଛି ମନ୍ତ୍ରୀଙ୍କ ବିଭାଗରେ ଅଦଳବଦଳ ସମ୍ଭାବନା ବି ରହିଛି । ସହଯୋଗୀ ଦଳରୁ କାହାକୁ ମନ୍ତ୍ରୀ ପଦ ମିଳିବ ତାଉପରେ ବି ନଜର ରହିଛି ।

Leave A Reply

Your email address will not be published.