କଟକ : ଚଳିତ ବର୍ଷ ମ୍ୟାଟ୍ରିକ୍ ପରିକ୍ଷା ଶୁକ୍ରବାର ଦିନ ସମାପ୍ତ ହୋଇଥିବାବେଳେ ଆସନ୍ତା ୨୫ ତାରିଖରୁ ଖାତା ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ ହେବ।
ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷା ଡାଃ ଜାହାନ୍ ଆରା ବେଗମ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି “ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ପାଖାପାଖି ୬୦ଟି କେନ୍ଦ୍ର ଖୋଲାଯାଇଛି”।
ଆହୁରି ମଧ୍ୟ “୬୦ଟି କେନ୍ଦ୍ର ମଧ୍ୟରୁ ୫୦ଟି କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାଙ୍କନ ଓ ୧୦ଟି କେନ୍ଦ୍ରରେ ଓଡିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଖାତା ମୂଲ୍ୟାଙ୍କନ କରାଯିବ” ବୋଲି ସେ ପ୍ରକାଶ କରିଛନ୍ତି।
ତେବେ ଏହି ଖାତା ମୂଲ୍ୟାଙ୍କନ ପ୍ରକ୍ରିୟା ଏପ୍ରିଲ୍ ୫ ତାରିଖ ବେଳକୁ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ନେଇ ସୂଚନା ମିଳିଛି ।
Comments are closed.