Latest Odisha News

BREAKING NEWS

ଓଡ଼ିଶାରୁ ୧୦୦୦ କେଜି ବିସ୍ଫୋରକ ବୋଝେଇ ଟ୍ରକ୍ କୋଲକାତାରେ ଜବତ, ୨ ଅଟକ

କୋଲକାତା : ପଶ୍ଚିମବଙ୍ଗ ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ୍) ଶୁକ୍ରବାର ବିଳମ୍ବିତ ରାତିରେ ଉତ୍ତର ପଶ୍ଚିମବଙ୍ଗ ଚିତପୁର ଥାନା ଅନ୍ତର୍ଗତ ତଳପୁଲ ନିଟକରୁ ୧୦୦୦ କେଜି ବିସ୍ଫୋରକ ବୋଝେଇ ଟ୍ରକ୍ ଜବତ କରିଛି ।

ଓଡିଶାରୁ ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲାକୁ ଯାଉଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ । ଏହି ଘଟଣାରେ ଟ୍ରକ୍ ଡ୍ରାଇଭର ଓ ହେଲପରକୁ ଗିରଫ କରାଯାଇଛି ।

ଗିରଫ ଇନ୍ଦ୍ରଜିତ (୨୫)ର ଘର ବାଲେଶ୍ୱର ବସ୍ତା ବ୍ଲକ ମେଲକ ଗାଁରେ ହୋଇଥିବା ବେଳେ ପଦ୍ମଲୋଚନ (୩୧)ର ଘର ବସ୍ତା ବ୍ଲକ ମଥାନି ଗାଁରେ।

ଏହି ୨ ଜଣଙ୍କୁ ଶନିବାର ଦିନ ବେକଶାଳ ଅଦାଲତରେ ହାଜର କରାଯିବା ନେଇ ଜଣାପଡିଛି । ତେବେ ଏନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.