Latest Odisha News

BREAKING NEWS

୪ର୍ଥ ଦିନିକିଆ: ମଜବୁତ ସ୍ଥିତିରେ ଭାରତ, କର ବା ମର ପରିସ୍ଥିତିରେ କଙ୍ଗାରୁ ଦଳ

ଚଣ୍ଡିଗଡ଼: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ର୍ଥ ଦିନିକିଆ ରବିବାର ଦିନ ଚଣ୍ଡିଗଡର ମୋହାଲି଼ଠାରେ ଅନୁଷ୍ଠିତ ହେଉଛି । ଭାରତ ଏହି ଶୃଙ୍ଖଳାରେ ୨-୧ରେ ଆଗୁଆ ରହିଥିଲେ ମଧ୍ୟ ଜିତି ସିରିଜ୍ ହାତେଇବାକୁ ଏକରକମ ଠିକ୍ କରିଛି । ସେହିପରି ଅଷ୍ଟ୍ରେଲିଆ ଦଳ ଲାଗି ଏହି ମ୍ୟାଚ୍ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ମ୍ୟାଚ୍ ହାରି ଶୃଙ୍ଖଳାରେ ପରାସ୍ତ ହେବାକୁ କଙ୍ଗାରୁ ଦଳ ଚାହୁଁ ନାହିଁ । ଜିତିଲେ ବରାବର ହେବ ହେବ ଏବଂ ଦିଲ୍ଲୀଠାରେ ହେବାକୁ ଥିବା ୫ ଦିନିକିଆ ନିର୍ଣ୍ଣାୟକ ମ୍ୟାଚ୍ ହେବ ।

ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଦୁଇ ଓପନର୍ ବେଶ୍ ସୁନ୍ଦର ଖେଳ ପ୍ରଦର୍ଶନ କରୁଛନ୍ତି । ଭାରତ ୨୨ ଓଭର ଶେଷ ସୁଦ୍ଧା କୌଣସି ୱିକେଟ ନହରାଇ କରିଛି ୧୩୧ ରନ । ଓପନର୍ ରୋହିତ ଶର୍ମା ୫୦ ଏବଂ ଶିଖର ଧାୱନ ୮୦ ରନ କରି ବ୍ୟାଟିଂ କରୁଛନ୍ତି । ଭାରତ ୩୫୦ ରନର ଲକ୍ଷ୍ୟ ରଖି ବ୍ୟାଟିଂ କରୁଥିବା ବେଳେ ଅଷ୍ଟ୍ରେଲିଆ ସମ୍ମୁଖରେ ଏକ ବିଶାଳ ସ୍କୋର କରିବାକୁ ଯାଉଛି ବିରାଟବାହିନୀ ।

ଆଜିର ମ୍ୟାଚରେ ମହେନ୍ଦ୍ର ସିଂହ ଧୋନୀଙ୍କ ବଦଳରେ ଋଷଭ ପନ୍ଥ ୱିକେଟ କିପିଂ କରିବେ ।

Leave A Reply

Your email address will not be published.