Latest Odisha News

RWSS ବିଭାଗରେ ଦୁର୍ନୀତି, ଲାଞ୍ଚ ଦିଆନିଆର ଭିଡିଓ ଭାଇରାଲ

ବାରିପଦା : RWSS ବିଭାଗରେ ଦୁର୍ନୀତି । ଟଙ୍କା ଦିଆନିଆର ଭିଡିଓ ଭାଇରାଲ । ଜିଲ୍ଲାର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗରେ ଦୁର୍ନୀତି ପଦାରେ ପଡ଼ିଛି । ତେବେ ଅଫିସ୍ ଭିତରେ କିଭଳି ବିଡା ବିଡା ଟଙ୍କା ନେଉଛନ୍ତି କାର୍ଯ୍ୟାଳୟର କ୍ୟସିଆର୍ ସେହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଥରେ କିମ୍ବା ଅଧେ ନୁହେଁ ବାରମ୍ବାର କ୍ୟାସିଆର ରମାକାନ୍ତ ମହାନ୍ତି ବିଭିନ୍ନ ସମୟରେ ବିଭାଗରେ କାର୍ଯ୍ୟ କରୁଥିବା ଠିକାଦାରଙ୍କ ପକ୍ଷରୁ ବିଭିନ୍ନ ଆଳ ଦେଖାଇ ଟଙ୍କା ନେଉଛନ୍ତି ।

ଟଙ୍କା ନେଇ ନିର୍ବାହୀ ଯନ୍ତ୍ରୀଙ୍କ ଡ୍ରୟାରରେ ରଖୁଛନ୍ତି । କେତେବେଳେ ଏଷ୍ଟିମେଣ୍ଟ କରିବା , ଏଲଟମେଣ୍ଟ ପାସ କରିବା ତ ପୁଣି କେତେବେଳେ ବିଲ୍ ପାସ୍  କରିବା ପାଇଁ ମୋଟା ଆଙ୍କର ଟଙ୍କା ନେଉଛନ୍ତି । ଏବଂ ଟଙ୍କା ନେଲାବେଳେ ଏଥିରେ ସମସ୍ତଙ୍କର ଭାଗ ରହିଛି କହିବା ସହ ନିର୍ବାହୀ ଯନ୍ତ୍ରୀ ନାରାୟଣ ପ୍ରସାଦ ଗାନ୍ଧୀଙ୍କ ନାଁ ନେଇ ସବୁ ଟଙ୍କା କାରବାର କରଜାଉଛି ।

ନିର୍ବାହୀ ଯନ୍ତ୍ରୀ ଶ୍ରୀଯୁକ୍ତ ଗାନ୍ଧୀଙ୍କୁ ଏ ବାବଦରେ ପଚାରିବାରୁ ସେ ଘଟଣାକୁ ସହଜରେ ଏଡାଇ ଯାଇଛନ୍ତି । ସମସ୍ତ ତାଙ୍କ ଫେରସ୍ତ କରାଯାଇଥିବା ସେ କହିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେଉଁ କାରଣରୁ କଣ୍ଟ୍ରାକ୍ଟର ଏତେ ମୋଟା ଅଙ୍କର ଲାଞ୍ଚ ଦେଉଛନ୍ତି ? ସରକାରୀ ଟଙ୍କାର କିଭଳି ବିନିଯୋଗ ହେଉଛି । ତାହା ଏଇ ଘଟଣାରୁ ସ୍ପଷ୍ଟ ଅନୁମାନ କରିହୁଏ ।

Comments are closed.