Latest Odisha News

ସଂକ୍ରମିତ ସ୍ଥାନ ଉପରେ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ନଜର

ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ । ସ୍ଥିତି ସ୍ବାଭାବିକ୍ ହେଉଥିବା ବେଳେ ଏବେ ଯେଉଁ ସ୍ଥାନରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି, ସେସବୁ ସ୍ଥାନ ଉପରେ କଡ଼ା ନଜର ରଖିଛନ୍ତି ରାଜ୍ୟ ସରକାର । ତେବେ ଆକ୍ରାନ୍ତ ସଂଖ୍ୟା ବଢିବା ଓ କମିବା ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ଉପକୂଳର ୫ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ଡୋର୍ ଟୁ ଡୋର୍ ସର୍ଭେ ଜାରି ରଖିଛନ୍ତି ସରକାର ।

ସେହିପରି କରୋନା ସଂକ୍ରମଣ ରୋକିବାକୁ ନୂଆ ରଣନୀତି ଆପଣାଇବ ସ୍ବାସ୍ଥ୍ୟ ବିଭାଗ । ପଜିଟିଭ ହାର ୫ପ୍ରତିଶତ ଉପରେ ରହୁଥିବାରୁ ସର୍ଭେଲାନ୍ସ ସାଙ୍ଗକୁ ଟେଷ୍ଟିଂ ଉପରେ ଧ୍ୟାନ ଦିଆଯିବ । ସେହିପରି ବିଭିନ୍ନ ବସ୍ତି ଅଞ୍ଚଳ ଉପରେ ମଧ୍ୟ ନଜର ରଖିବାକୁ ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ବ ଦେଇଛି । ତେବେ ରାଜଧାନୀ ଭୁବନେଶ୍ବର, ମୟୂରଭଞ୍ଜ, ଖୋର୍ଦ୍ଧା, କଟକ ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଇଁ ଚିନ୍ତାର କାରଣ ସାଜିଛି । ତେଣୁ କିପରି ମହାମାରୀ ମୁକାବିଲା କରାଯିବ ତାଉପରେ ଗୁରୁତ୍ବ ଦିଆଯାଇଛି ।

Leave A Reply

Your email address will not be published.