Latest Odisha News

BREAKING NEWS

ଦି କଶ୍ମୀର ଫାଇଲ୍ସ ଫିଲ୍ମର ଲାଇନ ପ୍ରଡ୍ୟୁସରଙ୍କ ଆତ୍ମହତ୍ୟା !

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସର ଲାଇନ ପ୍ରଡ୍ୟୁସର ସରହାନା ଆତ୍ମହତ୍ୟା ଖବର ହସ୍ତଗତ ହୋଇଛି । ବରିଷ୍ଠ ଅଭିନେତା ଅନୁପମ ଖେର ଏହି ଖବର ପାଇ ଆଶ୍ଚର୍ଯ୍ୟଚକିତ ହେବା ସହ ଭାଙ୍ଗି ପଡିଛନ୍ତି । ସେ ସରହାନାଙ୍କ ଫଟୋ, ଭିଡିଓ ଏବଂ ମୃତ୍ୟୁର ମେସେଜ ସୋସିଆଲ ସାଇଟରେ ଶେୟାର କରିଛନ୍ତି । ବିବେକ ଅଗ୍ନିହୋତ୍ରୀଙ୍କ ଏହି ବହୁ ଚର୍ଚ୍ଚିତ ଫିଲ୍ମରେ ମିଥୁନ ଚକ୍ରବର୍ତି ଏବଂ ଅନୁପମ ଖେର ଏକତ୍ର ଆସିବେ ।

ଫିଲ୍ମ ଶୁଟିଂ ଶେଷ ହେବା ପରେ ସରହାନା ଆଲିଗଡ ପଳାଇ ଆସିଥିଲେ । ସେଠାରେ ସେ ଏ ଭଳି ପଦକ୍ଷେପ ନେବେ ତାହା କେହି ଭାବି ନ ଥିଲେ ବୋଲି ଅନୁପମ କହିଛନ୍ତି । ବିବେକଙ୍କ ଏହି ଫିଲ୍ମ କଶ୍ମୀର ପଣ୍ଡିତଙ୍କ ପଳାୟନ ଉପରେ ଆଧାରିତ । ପୂର୍ବରୁ ଫିଲ୍ମକୁ ବନ୍ଦ କରିବା ପାଇଁ ବିଭିନ୍ନ ମହଲରୁ ବିବେକଙ୍କ ଉପରେ ଚାପ ପଡିଥିଲେ ମଧ୍ୟ ସେ ଏହାର ଶୁଟିଂ ବନ୍ଦ କରି ନ ଥିଲେ । ଚଳିତ ବର୍ଷ ଅଗଷ୍ଟ ୧୫ରେ ଏହା ରିଲିଜ ହେବ ।

Leave A Reply

Your email address will not be published.