Latest Odisha News

କଡ଼କନାଥ କୁକୁଡ଼ା କରୋନା ରୋଗୀଙ୍କର ବଢ଼ାଇବ ରୋଗ ପ୍ରତିରୋଧକ ଶକ୍ତି

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଏବେ ଡାକ୍ତରଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ ହୋଇଛି । କୌଣସି ନିର୍ଦ୍ଦିଷ୍ଟ ମେଡିସିନ୍ ଏଯାଏ ଆସିନି । ଏବେ ପୋଷ୍ଟ କୋଭିଡ୍ ଅର୍ଥାତ କରୋନା ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାର କାରଣ ହୋଇଛି । ଏଭଳି ସ୍ଥିତିରେ ଆଶ୍ୱସ୍ତିକର ତଥ୍ୟ ସାମନାକୁ ଆସିଛି । କଡକନାଥ କୁକୁଡ଼ା କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ କ୍ଷେତ୍ରରେ ବଢ଼ାଉଛି ରୋଗ ପ୍ରତିରୋଧକ ଶକ୍ତି ।

ଏଭଳି ଦାବି କରିଛି ମଧ୍ୟପ୍ରଦେଶର ଝାବୁଆ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ତଥା କଡ଼କନାଥ ରିସର୍ଚ୍ଚ ସେଣ୍ଟର । କୋଭିଡ୍ ପରବର୍ତ୍ତୀ ଚିକିତ୍ସାରେ କଡ଼କନାଥ ଥେରାପୀକୁ ସାମିଲ ପାଇଁ ଓଉଗଜକୁ ଚିଠି ଲେଖିଛି । କଡ଼କନାଥ ରିସର୍ଚ୍ଚ ସେଣ୍ଟର ଦାବି କରିଛି, କଡ଼କନାଥ ଚିକେନ୍‌ର ବ୍ୟବହାର କରୋନା ସମୟରେ କିମ୍ବା ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇପାରେ ।

ଗବେଷକମାନେ ଦାବି କରିଛନ୍ତି, କଡ଼କନାଥ କୁକୁଡ଼ାର ମାଂସ, ଅଣ୍ଡା ଓ ସୁପ୍ ପୋଷ୍ଟ କୋଭିଡ୍ ରୋଗୀଙ୍କ ପାଇଁ ଫଳଫଦ୍ର ପ୍ରମାଣିତ ହୋଇପାରେ । ଏହା କୋଲେଷ୍ଟ୍ରୋଲକୁ କମ୍ କରିଥାଏ । ଏଥିରେ ପ୍ରୋଟିନ୍, ଭିଟାମିନ୍, କାର୍ବୋହାଇଡ୍ରେଟ୍ ଅଧିକ ରହୁଛି ।

କଡ଼କନାଥ କୁକୁଡ଼ାର ମାଂସ ଓ ଅଣ୍ଡାରେ ଚର୍ବି ବହୁତ କମ୍ ରହୁଛି । ଏଥିରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବ ବୋଲି କଡ଼କନାଥ ରିସର୍ଚ୍ଚ ସେଣ୍ଟର ବୈଜ୍ଞାନିକ ଦାବି କରିଛନ୍ତି । ତେଣୁ ଏହାକୁ ରୋଗୀଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯିବା ଉଚିତ୍ ।

କୋଏମ୍ବାଟୁର ଓ ଚଣ୍ଡିଗଡ଼ର ଦୁଇଟି ଲାବୋରେଟୋରୀ ରିପୋର୍ଟରେ ଏହା ସାମ୍ନାକୁ ଆସିଛି । କଡ଼କନାଥ ଚିକେନ୍‌ର ପରୀକ୍ଷା ରିପୋର୍ଟ ମାଂସ ଚଣ୍ଡିଗଡ଼ର ଜାତୀୟ ଅନୁସନ୍ଧାନ କେନ୍ଦ୍ରରୁ ଆସିଛି । ଏଥିରେ ପ୍ରୋଟିନ୍ ୭୧.୫ରୁ ୭୩.୫ ପ୍ରତିଶତ, ପ୍ରୋଟିନ୍ ୨୧ରୁ ୨୪%, ଚର୍ବି ୧.୯୪ରୁ ୨.୬% ଥିବା ରିପୋର୍ଟରେ ଦର୍ଶାଯାଇଛି ।

Comments are closed.