ନୂଆଦିଲ୍ଲୀ: ବିରୋଧୀଙ୍କୁ ତେର୍ଚ୍ଛା ବାଣ ମାରିଲେ ଅମିତ ଶାହା । ଏକ ସଭାରେ ଯୋଗଦେଇ ବିରୋଧୀ କଂଗ୍ରେସ ଓ ଆପ୍କୁ କଟାକ୍ଷ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଜନକଲ୍ୟାଣରେ ମନଦିଅନ୍ତୁ ରାଜନେତା । ବିକ୍ଷୋଭ କି ପ୍ରତିବାଦ ଦ୍ୱାରା କିଛି ହାସଲ ହୁଏନାହିଁ ବୋଲି କହିଛନ୍ତିା ଦିଲ୍ଲୀରେ ଏବେ ଚାଲିଛି ରାଜନୀତିର ନୂଆ ଗେମ୍ । ବିଜେପି ଶାସନକୁ ଆସିଲେ ବିରୋଧୀ କହୁଛି ଭୋଟ୍ ଚୋରୀ ହୋଇଛି, ଏସଆଇଆର ପ୍ରକ୍ରିୟାରେ ଅନିୟମିତତା କହି ରଦ୍ଦ ପାଇଁ ଦାବି ତ ପୁଣି ସିଇସିଙ୍କ ପଦରୁ ବହିଷ୍କାର ଦାବି । ତେବେ ଏସବୁ ମୁଦ୍ଦା କରି ବିରୋଧୀ ରାଜନୈତିକ କୌଶଳବାଜୀ ଓ ଭିଡତନ୍ତ୍ର ଗେମ୍ ଖେଳୁଛି ବୋଲି କହି ବର୍ଷିଛନ୍ତି ଶାହା । ବିରୋଧୀ ଲୋକଙ୍କ ପାଖକୁ ନଯାଇ ଶାସକଙ୍କ ପଛରେ ଲାଗିଲେ ସେମାନଙ୍କ ବାକି ରାଜନୈତିକ ଭୂମି ମଧ୍ୟ ହରେଇବେ ବୋଲି କହିଛନ୍ତି ଶାହା । ଜନତାଙ୍କ ଜନମତକୁ ଅବମାନନା କରିବାକୁ ରାଜନୈତିକ ଚାଲବାଜିର ଆଶ୍ରୟ ନେଉଛନ୍ତି ବିରୋଧୀ ବୋଲି କହିଛନ୍ତି ଶାହା । ପ୍ରତିବାଦ ବିକ୍ଷୋଭ ଦ୍ୱାରା ନୁହେଁ ଲୋକଙ୍କ ପାଖକୁ ଯାଇ ଦୁଃଖ ବୁଝନ୍ତୁ ନହେଲେ କିଛି ହାସଲ ହେବନି ବୋଲି କହିଛନ୍ତି ଶାହା । ୨୦୧୪ରେ ବିଜେପି ଜାତୀୟ ସ୍ତରରେ କ୍ଷମତାକୁ ଆସିବା ପୂର୍ବରୁ ଭୋଟର କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିସାରିଥିଲେ ବୋଲି କହିଛନ୍ତି ଶାହା ।
ଏହି ଅବସରରେ ୩୦ବର୍ଷର ଦାବି ଦୋହରାଇଲେ ଶାହା । ବିଜେପି ୩୦ ବର୍ଷ କ୍ଷମତାରେ ରହିବ ବୋଲି ପୂର୍ବାନୁମାନ କରିଛନ୍ତି ଶାହା । ବିରୋଧୀଙ୍କ ନକରାତ୍ମକ ରାଜନୀତି ବିରୋଧୀଙ୍କୁ ପୁଣି କ୍ଷମତାରୁ ଦୂରେଇବ । କଂଗ୍ରେସ ଓ ଆପ୍ ଶାସିତ ରାଜ୍ୟରେ କେମିତି ଶାସନ ବ୍ୟବସ୍ଥାରେ ଉନ୍ନତି ଆସିବ ସେଥିପ୍ରତି ଧ୍ୟାନ ଦେବାକୁ ଶାହା ବିରୋଧୀଙ୍କୁ କହିଛନ୍ତି । କେବଳ ସେତିକି ନୁହେଁ ଦିଲ୍ଲୀରେ ହେଉଥିବା ପରିବେଶଗତ ଚାଲେଂଜ ପାଇଁ ମଧ୍ୟ ବିରୋଧୀଙ୍କୁ ଦାୟୀ କଲେ ଶାହା । ଯମୁନା ଆଜି ଯଦି ଆବର୍ଜନାରେ ପରିପୂଣ୍ଣ ର୍ ସେଥିପାଇଁ ଶିଳ୍ପ ସଂସ୍ଥାକୁ ଯମୁନାକୁ ଅପରିଷ୍କାର ଆବର୍ଜନା ଛାଡିବା ଅନୁମତି ଦେବା ହିଁ ଭୂଲ୍ । ସେପଟେ କିନ୍ତୁ ଦିଲ୍ଲୀ, ହରିୟାଣା ଓ ୟୁପିରେ ନଦୀ ସଫା ପାଇଁ ଟାଇମଲାଇନରେ କାମ କରୁଛି ବିଜେପି ସରକାର ବୋଲିକହିଛନ୍ତି ଶାହା । ୨୦୨୯ରେ ଏକ ସ୍ୱଚ୍ଛ ଯମୁନା ଲୋକଙ୍କ ସାମ୍ନାକୁ ଆଣିବୁ ବୋଲି କହିଛନ୍ତି ଶାହା । ପ୍ରତ୍ୟେକ ଘରକୁ ହେବ ସ୍ୱେରେଜେ୍ ସଂଯୋଗ, ସ୍ୱଚ୍ଛ ଜଳ ପହଂଚିବା ଏହାସହ ୩ବର୍ଷର କାମ ଯୋଜନା ପ୍ରସ୍ତୁତ ହୋଇଛି । ତେବେ ନୂତନ ଭାବେ ଆରମ୍ଭ ହୋଇଥିବା ପ୍ରକଳ୍ପଗୁଡିକ ଲକ୍ଷ୍ୟ ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶାହା କହିଛନ୍ତି । ଦିଲ୍ଲୀରେ ଆବର୍ଜନା ଗଦା ପାଇଁ ଆପ୍କୁ ଦାୟୀ କରି କହିଛନ୍ତି ଶହେ ଏକର ଜମିକୁ ଆବର୍ଜନା ମୁକ୍ତ କରି ଉଦ୍ୟାନରେ ପରିଣତ କରାଯିବ । ପଂଜାବରେ ଆମ୍ ଆଦମି ପାର୍ଟିକୁ ଟାର୍ଗେଟ କରି ଶାହା କହିଛନ୍ତି ନିଶା ସେବନକୁ ରୋକିବାରେ ବିଫଳ ସରକାର । ୨୦୨୯ ସୁଦ୍ଧା ଏନଡିଏ ରାଜ୍ୟରେ ସରକାର ଗଠନ କରିବ ଓ ନିଶା କାରବାରକୁ ସମ୍ପୁଣ୍ଣ ର୍ ଧ୍ୱଂସ କରିଦେବ ବୋଲି ଦୃଢତାର ସହ କହିଛନ୍ତି ଶାହା ।

