ରାଉରକେଲା: ଟୋକିଓ ଅଲିମ୍ପିକ୍ସ ଆଉ କେତୋଟି ହାତ ଗଣତି ଦିନ ପରେ ଆରମ୍ଭ ହୋଇଯିବ । ଭାରତ ପୁରୁଷ ହକି ଦଳଠାରୁ ପଦକ ଆଶାରେ ରହିଛନ୍ତି କ୍ରୀଡାପ୍ରେମୀ । ତେବେ ଦଳରେ ଅଭିଜ୍ଞ ଖେଳାଳିଙ୍କ ଅଭାବ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ପୂର୍ବତନ ଅଲିମ୍ପିଆନ ତଥା ଓଡିଶାର ମହାନ ହକି ଖେଳାଳି ଲାଜରୁସ ବାର୍ଲା । ବିଶ୍ୱର ୪ନମ୍ବର ସ୍ଥାନରେ ଥିବା ଭାରତୀୟଠାରୁ ଏଥର ଅଧିକ ଆଶା ରହିଛି ବୋଲି ସେ କହିଛନ୍ତି ।
ଦଳରେ ୧୦ ଖେଳାଳି କ୍ୟାରିୟରରେ ପ୍ରଥମ ଥର ପାଇଁ ଅଲିମ୍ପିକ ଖେଳିବାକୁ ଯାଉଛନ୍ତି । ସେମାନେ ଫିଟ ଏବଂ ମନୋବଳ ଉଚ୍ଚରେ ଥିଲେ ମଧ୍ୟ ସିନିୟର ଖେଳାଳିଙ୍କ ଅଭାବ ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ ସମୟରେ ପରିଲକ୍ଷିତ ହେବ । ବର୍ତମାନ ଦେଖିବା କଥା ଚାପଭରା ପରିସ୍ଥିତିରେ ସେମାନେ କିପରି ପ୍ରଦର୍ଶନ କରୁଛନ୍ତି । ସେମାନଙ୍କ ଭଲ ପ୍ରଦର୍ଶନ ନେଇ ଆଗୁଆ ଶୁଭେଚ୍ଛା ଜଣାଉଛି ବୋଲି ୨୦୦୦ ସିଡନୀ ଅଲିମ୍ପିକ୍ସ ଖେଳିଥିବା ଲାଜରୁସ କହିଛନ୍ତି । ଲଲିତ ଉପାଧ୍ୟୟ ଓ ମନଦୀପ ସିଂଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଯୁବ ଖେଳାଳି । ଅବଶ୍ୟ ଚୟନ କମିଟି ଭାବି ଚିନ୍ତି ପଦକ୍ଷେପ ଗ୍ରହଣ କରିଥିବ ବୋଲି ମୋର ଆଶା । ଏହି ଅବସରରେ ସେ ମହିଳା ହକି ଟିମ ଶୃଙ୍ଖଳିତ ଏବଂ ସମନ୍ୱିତ ରହିଛି ବୋଲି ସେ କହିଛନ୍ତି । ଦୀପଗ୍ରେସ ଏକ୍କାଙ୍କ ଉପସ୍ଥିତି ଦଳକୁ ଫାଇଦାରେ ରଖିବ । ତେବେ ନମିତା ଟପ୍ପୋ ଏବଂ ଲିଲିମା ମିଞ୍ଜଙ୍କୁ କାହିଁକି ଚୟନ କରା ନ ଗଲା ତାହା ବୁଝା ପଡୁନି ।
ହକି ଇଣ୍ଡିଆ କାହିଁକି ବୀରେନ୍ଦ୍ର ଲାକ୍ରା ଏବଂ ଦୀପଗ୍ରେସ ନାମ ଅର୍ଜୁନ ପୁରସ୍କାର ପାଇଁ ପଠାଇଲା ନାହିଁ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ଲାଜରୁସ । ଦୀପଗ୍ରେସ ଏବଂ ବୀରେନ୍ଦ୍ର ଜାତୀୟ ଦଳର ଉପ ଅଧିନାୟକ ଦାୟିତ୍ୱ ତୁଲାଇବା ନିଶ୍ଚିତ ଭାବେ ଗର୍ବର ବିଷୟ ବୋଲି କହିଛନ୍ତି । ପୁରସ୍କାର ପାଇଁ ଚୟନ ଏବଂ ଦଳ ବାଛିବା ନେଇ କେଉଁଠାରେ ତ୍ରୁଟି ରହିଯାଉଛି ବୋଲି ପୂର୍ବତନ ଅଲିମ୍ପିଆନ ଜଣଙ୍କ କହିଛନ୍ତି । ଏ ନେଇ ସେ ଆକାଶଦୀପ ସିଂଙ୍କ ଉଦାହରଣ ଦେଇଛନ୍ତି । ଗତ ବର୍ଷ ଅର୍ଜୁନ ପୁରସ୍କାର ପାଇଥିବା ଖେଳାଳି ଏଥର ଟୋକିଓ ଅଲିମ୍ପିକ୍ସ ଦଳରେ ସ୍ଥାନ ପାଉନି । ଏ ସବୁ ସତ୍ୱେ ଭାରତର ଭଲ ପ୍ରଦର୍ଶନ ନେଇ ସେ ଦୃଢ଼ ଆଶା ପୋଷଣ କରିଛନ୍ତି ।
BREAKING NEWS
- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ଅରବିନ୍ଦ ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ
- SIR ବିରୋଧରେ ଦିଲ୍ଲୀରେ ବିରୋଧୀଙ୍କ ବଡ଼ ମାର୍ଚ୍ଚ; ରାହୁଲ-ପ୍ରିୟଙ୍କାଙ୍କ ସମେତ ଅନେକ ନେତା ଅଟକ, CECଙ୍କ ଇସ୍ତଫା ଦାବି
- ନାଇଜେରିଆରେ ବିମାନ ଦୁର୍ଘଟଣାଗ୍ରସ୍ତ, ଚାଲିଗଲା ୩୨ ଜୀବନ
- Asian Games 2026: ଝିଅ ଦେଖାଇଲେ ଦମ୍…୮୫ ପଦକ ପରେ ବି ଭାରତ ଆଗରେ ବଡ଼ ଚ୍ୟାଲେଞ୍ଜ! ପୂର୍ବ ଅପେକ୍ଷା କମିଲା ସଂଖ୍ୟା, ‘ସ୍ୱର୍ଣ୍ଣ’ରେ କାହିଁକି ପଛରେ ପଡ଼ିଲା ଭାରତ?
- Modi Cabinet: ବିଦା ହେବେ କି ୨ କେନ୍ଦ୍ରମନ୍ତ୍ରୀ? ରାଜ୍ୟସଭା ଲିଷ୍ଟରୁ ନାଁ ଗାଏବ! ମୋଦୀ କ୍ୟାବିନେଟରେ ବଡ଼ ପରିବର୍ତ୍ତନ ଆଭାସ!
- SCB ମେଡିକାଲରେ ହାଇଡ୍ରାମା; ପାଣିଟାଙ୍କିରୁ ଡେଇଁ ପଡ଼ିଲେ ଯୁବକ
- Gold Coin for Brides: ନବଜାତ ଶିଶୁଙ୍କୁ ସୁନାମୁଦି ପରେ ଏବେ ନୂଆ ବୋହୂଙ୍କୁ ସୁନା! ମୁଖ୍ୟମନ୍ତ୍ରୀ ହେବା ପରେ ଥାଲାପତି ବିଜୟଙ୍କ ଆଉ ଏକ ଚର୍ଚ୍ଚିତ ଯୋଜନା
- ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା
- ଋଷ ଆକ୍ରମଣରେ ଛାରଖାର ୟୁକ୍ରେନର ରେଳସେବା: ସଙ୍କଟରେ କିଭ୍ !
- ଯନ୍ତର ମନ୍ତର ଯୌନ ନିର୍ଯାତନା ଅଭିଯୋଗ: ଦିଲ୍ଲୀ ACP ବିବେକ ଭଗତଙ୍କ ପଦୋନ୍ନତି ଉପରେ ରୋକ୍

Comments are closed.