ରାଉରକେଲା: ଟୋକିଓ ଅଲିମ୍ପିକ୍ସ ଆଉ କେତୋଟି ହାତ ଗଣତି ଦିନ ପରେ ଆରମ୍ଭ ହୋଇଯିବ । ଭାରତ ପୁରୁଷ ହକି ଦଳଠାରୁ ପଦକ ଆଶାରେ ରହିଛନ୍ତି କ୍ରୀଡାପ୍ରେମୀ । ତେବେ ଦଳରେ ଅଭିଜ୍ଞ ଖେଳାଳିଙ୍କ ଅଭାବ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ପୂର୍ବତନ ଅଲିମ୍ପିଆନ ତଥା ଓଡିଶାର ମହାନ ହକି ଖେଳାଳି ଲାଜରୁସ ବାର୍ଲା । ବିଶ୍ୱର ୪ନମ୍ବର ସ୍ଥାନରେ ଥିବା ଭାରତୀୟଠାରୁ ଏଥର ଅଧିକ ଆଶା ରହିଛି ବୋଲି ସେ କହିଛନ୍ତି ।
ଦଳରେ ୧୦ ଖେଳାଳି କ୍ୟାରିୟରରେ ପ୍ରଥମ ଥର ପାଇଁ ଅଲିମ୍ପିକ ଖେଳିବାକୁ ଯାଉଛନ୍ତି । ସେମାନେ ଫିଟ ଏବଂ ମନୋବଳ ଉଚ୍ଚରେ ଥିଲେ ମଧ୍ୟ ସିନିୟର ଖେଳାଳିଙ୍କ ଅଭାବ ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ ସମୟରେ ପରିଲକ୍ଷିତ ହେବ । ବର୍ତମାନ ଦେଖିବା କଥା ଚାପଭରା ପରିସ୍ଥିତିରେ ସେମାନେ କିପରି ପ୍ରଦର୍ଶନ କରୁଛନ୍ତି । ସେମାନଙ୍କ ଭଲ ପ୍ରଦର୍ଶନ ନେଇ ଆଗୁଆ ଶୁଭେଚ୍ଛା ଜଣାଉଛି ବୋଲି ୨୦୦୦ ସିଡନୀ ଅଲିମ୍ପିକ୍ସ ଖେଳିଥିବା ଲାଜରୁସ କହିଛନ୍ତି । ଲଲିତ ଉପାଧ୍ୟୟ ଓ ମନଦୀପ ସିଂଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଯୁବ ଖେଳାଳି । ଅବଶ୍ୟ ଚୟନ କମିଟି ଭାବି ଚିନ୍ତି ପଦକ୍ଷେପ ଗ୍ରହଣ କରିଥିବ ବୋଲି ମୋର ଆଶା । ଏହି ଅବସରରେ ସେ ମହିଳା ହକି ଟିମ ଶୃଙ୍ଖଳିତ ଏବଂ ସମନ୍ୱିତ ରହିଛି ବୋଲି ସେ କହିଛନ୍ତି । ଦୀପଗ୍ରେସ ଏକ୍କାଙ୍କ ଉପସ୍ଥିତି ଦଳକୁ ଫାଇଦାରେ ରଖିବ । ତେବେ ନମିତା ଟପ୍ପୋ ଏବଂ ଲିଲିମା ମିଞ୍ଜଙ୍କୁ କାହିଁକି ଚୟନ କରା ନ ଗଲା ତାହା ବୁଝା ପଡୁନି ।
ହକି ଇଣ୍ଡିଆ କାହିଁକି ବୀରେନ୍ଦ୍ର ଲାକ୍ରା ଏବଂ ଦୀପଗ୍ରେସ ନାମ ଅର୍ଜୁନ ପୁରସ୍କାର ପାଇଁ ପଠାଇଲା ନାହିଁ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ଲାଜରୁସ । ଦୀପଗ୍ରେସ ଏବଂ ବୀରେନ୍ଦ୍ର ଜାତୀୟ ଦଳର ଉପ ଅଧିନାୟକ ଦାୟିତ୍ୱ ତୁଲାଇବା ନିଶ୍ଚିତ ଭାବେ ଗର୍ବର ବିଷୟ ବୋଲି କହିଛନ୍ତି । ପୁରସ୍କାର ପାଇଁ ଚୟନ ଏବଂ ଦଳ ବାଛିବା ନେଇ କେଉଁଠାରେ ତ୍ରୁଟି ରହିଯାଉଛି ବୋଲି ପୂର୍ବତନ ଅଲିମ୍ପିଆନ ଜଣଙ୍କ କହିଛନ୍ତି । ଏ ନେଇ ସେ ଆକାଶଦୀପ ସିଂଙ୍କ ଉଦାହରଣ ଦେଇଛନ୍ତି । ଗତ ବର୍ଷ ଅର୍ଜୁନ ପୁରସ୍କାର ପାଇଥିବା ଖେଳାଳି ଏଥର ଟୋକିଓ ଅଲିମ୍ପିକ୍ସ ଦଳରେ ସ୍ଥାନ ପାଉନି । ଏ ସବୁ ସତ୍ୱେ ଭାରତର ଭଲ ପ୍ରଦର୍ଶନ ନେଇ ସେ ଦୃଢ଼ ଆଶା ପୋଷଣ କରିଛନ୍ତି ।
BREAKING NEWS
- ନର୍ସରୀ ରାଇମ୍ ମାଧ୍ୟମରେ ୨୦୨୬ ବଜେଟକୁ କଟାକ୍ଷ କଲେ ମମତା
- ଜୋକୋଭିଚଙ୍କୁ ହରାଇ ଅଷ୍ଟ୍ରେଲିଆନ ଓପନ ଟେନିସ ଟାଇଟଲ ହାସଲ କଲେ ଆଲକାରଜ
- ବଜେଟରେ ନିର୍ମଳା ସୀତାରମଣଙ୍କ ଶାଢ଼ି ସ୍ୱାଗ୍, ପ୍ରତ୍ୟେକ ଥର ଏକ ଭିନ୍ନ ଶୈଳୀ ଆସନ୍ତି ନଜର…
- ନନ୍ଦନକାନନରେ କୁମ୍ଭୀର ମୃତ; ୮ ଦିନରେ ୫…
- Development Projects In Subarnapur: ସୁବର୍ଣ୍ଣପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ୬୩୩ କୋଟିର ପ୍ରକଳ୍ପ ଘୋଷଣା,ଓପନ୍ ଏୟାର ଥିଏଟର ପାଇଁ ୧୧.୨୩ କୋଟି
- Union Budget 2026: ଟିକସ ସ୍ଲାବରେ ମଧ୍ୟବିତ୍ତ ବର୍ଗଙ୍କ ପାଇଁ କଣ ରହିଛି…
- ଝାରଖଣ୍ଡ ନିକଟରୁ ୪ ୱିକେଟରେ ହାରିଲା ଓଡିଶା
- Union Budget 2026: ବଜେଟ ସବୁ ବର୍ଗ ପାଇଁ ସହାୟକ: ମୁଖ୍ୟମନ୍ତ୍ରୀ
- Budget 2026: ୧୫ ହଜାର ସ୍କୁଲ ଏବଂ ୫୦୦ କଲେଜରେ ଖୋଲିବ କ୍ରିଏଟର ଲ୍ୟାବ୍; ଗେମିଂରେ ୧୦ ଲକ୍ଷ ନିଯୁକ୍ତି
- ପ୍ରତିରକ୍ଷା କ୍ଷେତ୍ର ପାଇଁ ବଡ଼ ଧରଣର ବ୍ୟୟବରାଦ ଘୋଷଣା କଲେ ସରକାର..
Comments are closed.