Latest Odisha News

BREAKING NEWS

‘ଶ୍ରୀ ଗୁଣ୍ଡିଚା’ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀ , ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରଥଯାତ୍ରା ଅବସରରେ ୧୦୦ଜଣ ଶିଳ୍ପୀଙ୍କୁ ନେଇ ” ଶ୍ରୀ ଜଗନ୍ନାଥ ଓ ରଥଯାତ୍ରା ” ଶୀର୍ଷକ ଏକ ଚିତ୍ରକଳା ଶିବିର ଅନଲାଇନ ମାଧ୍ୟମରେ ବୁଦ୍ଧ ଆର୍ଟ ଗ୍ୟାଲେରୀରେ ଆୟୋଜିତ ହୋଇଯାଇଛି।

“ଶ୍ରୀ ଗୁଣ୍ଡିଚା” ଶୀର୍ଷକ ଏହି ପ୍ରଦର୍ଶନୀରେ ଜଗନ୍ନାଥଙ୍କ କାହାଣୀ ଓ ରଥଯାତ୍ରା ସମ୍ମିଳିତ ୧୦୦ଟି ଚିତ୍ର , ଭାସ୍କର୍ଯ୍ୟ ଓ ମୁଦ୍ରଣ କଳା ପ୍ରଦର୍ଶିତ କରାଯାଇଛି।

ଲଳିତ କଲା ଏକାଡେମୀର ସଚିବ ପଞ୍ଚାନନ ସାମଲଙ୍କ ସ୍ୱାଗତ ଭାଷଣରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଭରଚୁଆଲ ମାଧ୍ୟମରେ କରିଥିଲେ। ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହେଉଥିବା କଳାଭିତ୍ତିକ ଅନଲାଇନ କାର୍ଯ୍ୟକ୍ରମ ସବୁ ଶିଳ୍ପୀମାନଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ଲଳିତ କଳା ଏକାଡେମୀର ପ୍ରୟାସକୁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ପ୍ରଶଂସା କରିବା ସହ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ଶିଳ୍ପୀ ମାନଙ୍କର କଳାକୃତି ରାଜ୍ୟ ତଥା ଦେଶ ବିଦେଶରେ ଜଗନ୍ନାଥ ଧର୍ମର ପ୍ରଚାର ପ୍ରସାର ହୋଇପାରୁଛି ବୋଲି ସେ ମତ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଏକାଡେମୀର ସଭାପତି ସୁଦର୍ଶନ ପଟ୍ଟନାୟକ ଚିତ୍ରକଳା ପ୍ରଦର୍ଶନୀର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ ଏବଂ ପରିଶେଷରେ ମନସ୍ୱିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.