Latest Odisha News

BREAKING NEWS

୨୦୨୪ ସୁଦ୍ଧା ଚୀନର ଜନସଂଖ୍ୟାକୁ ଟପିବ ଭାରତ

ନୂଆଦିଲ୍ଲୀ : ଚିନ୍ତା ବଢାଉଛି ଜନସଂଖ୍ୟା । ବଢିବାରେ ଲାଗିଛି ଭାରତ ସମେତ ବିଶ୍ବର ଲୋକ ସଂଖ୍ୟା । ଆଜି ବିଶ୍ବ ଜନସଂଖ୍ୟା ଦିବସରେ ଜନସଂଖ୍ୟା ବୃଦ୍ଧିକୁ ନେଇ ବଢିଛି ଚିନ୍ତା । ୨୦୨୦ରେ ବିଶ୍ବର ଜନସଂଖ୍ୟା ୭୭୯ କୋଟି ଥିବା ବେଳେ କେବଳ ଭାରତର ଜନସଂଖ୍ୟା ରହିଛି ୧୩୮ କୋଟି । ଯାହାକି ବିଶ୍ବ ଜନସଂଖ୍ୟାର ୧୭.୭ ପ୍ରତିଶତ । ଯଦି ଏଭଳି ସଂଖ୍ୟା ବୃଦ୍ଧି ପାଏ ତେବେ ୨୦୨୪ ସୁଦ୍ଧା ଚୀନର ଜନସଂଖ୍ୟା ଠାରୁ ଟପିପାରେ ଭାରତ । ରିପୋର୍ଟ ଅନୁସାରେ, ଚୀନର ବର୍ତ୍ତମାନର ଜନସଂଖ୍ୟା ୧୪୧ କୋଟି ରହିଛି ।

ଦେଶରେ ଦୃତ ଗତିରେ ଜନସଂଖ୍ୟା ବୃଦ୍ଧି ପାଇବା ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏକ ରିପୋର୍ଟ ଅନୁସାରେ ଭାରତରେ ପ୍ରଜନନ ହାର ରହିଛି ୨.୨ ପ୍ରତିଶତ । କିନ୍ତୁ ବର୍ତ୍ତମାନର ସ୍ଥିତିକୁ ଦେଖିଲେ, ଯଦି ଏହି ସଂଖ୍ୟା ଆଗକୁ ବୃଦ୍ଧି ପାଏ ତେବେ ଜୀବନ ଜୀବିକା ଉପରେ ପକାଇପାରେ ପ୍ରଭାବ । ଏତେ ସବୁ ସଚେତନତା ପରେ ବି ଲୋକେ ପ୍ରଜନନ ଉପରେ ଦେଉଛନ୍ତି ଗୁରୁତ୍ବ । ଏହାର ପ୍ରଭାବ ଆର୍ଥିକ ସହ ସାମାଜିକ କ୍ଷେତ୍ର ଉପରେ ପଡୁଛି । ତେଣୁ ବର୍ଦ୍ଧିତ ଜନସଂଖ୍ୟାକୁ ରୋକିବାକୁ ହେଲେ ସରକାର ଏକ ଶକ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

ଜନସଂଖ୍ୟାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଦୁଇ ସନ୍ତାନ ନୀତି ଆପଣାଇବା ଦିଗରେ ଆଗୁଆ ପଦକ୍ଷେପ ନେଇଛନ୍ତି ଉତ୍ତରପ୍ରଦେଶ ଓ ଆସାମ ସରକାର ତେଣୁ ପ୍ରତ୍ୟେକ ରାଜ୍ୟ ଏହି ନୀତି ଆପଣାଇବାକୁ ଅପିଲ କରିଛନ୍ତି ବିଶେଷଜ୍ଞ ।

Comments are closed.