Latest Odisha News

BREAKING NEWS

ବିନା ଭକ୍ତରେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ମନ୍ଦିର ଭିତରେ ହେଲା ମହାପ୍ରଭୁଙ୍କ ରଥଯାତ୍ରା

ରାୟଗଡା: କୋଭିଡ କଟକଣା ଭିତରେ ସୀମିତ ସେବାୟତଙ୍କ ଦ୍ୱାରା ବିନା ଭକ୍ତରେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ନିରାଡମ୍ବର ଭାବରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ରଥଯାତ୍ରା । ଜିଲ୍ଲାର ରାୟଗଡା, କାଶୀପୁର, ଗୁଣପୁର, ବିଷମକାତକ ଓ ମୁନିଗୁଡା ସମେତ ସମସ୍ତ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଧାଡି ପହଣ୍ଡିରେ ଯାଇ ମନ୍ଦିର ପରିସରରେ ନିର୍ମିତ ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରରେ ବିଜେ କରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି ।

ଜିଲ୍ଲା ସଦର ମହକୁମାରେ ଥିବା ଶ୍ରଦ୍ଧା ଶ୍ରୀକ୍ଷେତ୍ର ସମେତ ଗୁଣୁପୁର, ମୁନିଗୁଡା, ବିଷମକଟକ, ଗୁଡାରି, ପଦ୍ମପୁର, ପାଇକପଡା, ଟିକିରି ଆଦି ସ୍ଥାନରେ ଥିବା ବିଭିନ୍ନ ଜଗନ୍ନାଥ ମନ୍ଦିରରେ ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ । ଘଣ୍ଟଘଣ୍ଟା ବାଦ୍ୟରେ କମ୍ପିଥିଲା ମନ୍ଦିର ପରିସର । ମନ୍ଦିରରୁ ଧାଡି ପହଣ୍ଡିରେ ବାହାରିଥିଲେ ମହାପ୍ରଭୁ । ଏବେ ମନ୍ଦିର ପରିସରରେ ଥିବା ଗୁଣ୍ଡିଚା ମନ୍ଦିରରେ ପୂଜା ପାଉଛନ୍ତି ଶ୍ରୀଜିଉ ।

କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏବର୍ଷ ରଥଯାତ୍ରାକୁ ଅନୁମତି ମିଳି ନାହିଁ । କେବଳ ବିଧି ରକ୍ଷା ଲାଗି ମନ୍ଦିର ପରିସରରେ ବିନା ଭକ୍ତରେ ମହାପ୍ରଭୁଙ୍କ ରଥଯାତ୍ରା ହୋଇଛି । ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଜଗନ୍ନାଥ ମନ୍ଦିର ପରିସରରେ ୧୪୪ ଧାରା ଲାଗୁ କରାଯାଇଥିଲା । ମନ୍ଦିର ଭିତରକୁ କୌଣସି ଭକ୍ତଙ୍କୁ ପ୍ରବେଶ ଅନୁମତି ମିଳି ନାହିଁ ।

Comments are closed.