Latest Odisha News

ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାରେ ନୂଆ ମୋଡ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାର ଭିନ୍ନ ମୋଡ । ସୌମ୍ୟରଞ୍ଜନଙ୍କୁ ସ୍ତ୍ରୀ ଦେଉଥିଲେ ନିର୍ଯାତନା । ଏପରି ସାଂଘାତିକ ଅଭିଯୋଗ କରିଛନ୍ତି ମୃତ ସୌମ୍ୟରଞ୍ଜନଙ୍କ ବାପା ଓ ମା । ବୋହୂ ଉପରେ ଅଙ୍ଗୁଠି ଉଠାଇଛନ୍ତି ପରିବାର ଲୋକ । ତେଣୁ ଘଟଣାର ସଠିକ ତଦନ୍ତ କରିବାକୁ ଦାବି କରିଛନ୍ତି ପରିବାର ଲୋକ ।

ସେପଟେ ପାରଳାଖେମୁଣ୍ଡି ଏସଡିପିଓ କହିଛନ୍ତି, ସୌମ୍ୟଙ୍କ ମୃତ୍ୟୁ ପୂର୍ବର ବୟାନ ଓ ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ଆତ୍ମହତ୍ୟା । କଟକ-ଏସସିବିରେ ସୌମ୍ୟରଞ୍ଜନଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି । ଗତକାଲି ନିଜ ସରକାରୀ ବାସଭବନରେ ବିଳମ୍ବିତ ରାତିରେ ପୋଡି ହୋଇ ଗୁରୁତର ହୋଇଥିଲେ ସୌମ୍ୟରଞ୍ଜନ । ତାଙ୍କୁ ଉଦ୍ଧାର କରି ପ୍ରଥମେ ପାରଳାଖେମୁଣ୍ଡି ଓ ପରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଶରୀରର ୯୦ ପ୍ରତିଶତ ପୋଡି ଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବି ଓ ପରେ ଅଶ୍ବିନୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

Comments are closed.