ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ସାଙ୍ଗକୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧିର ପ୍ରତିବାଦ । ଆଜି ବାମ ଦଳ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରୁଛି । ସିପିଆଇ, ସିପିଆଇ(ଏମ୍), ସିପିଆଇ(ଏମଏଲ୍) ଓ ଫରଓ୍ୱାର୍ଡ ବ୍କଲ ଆଦି ୪ଟି ବାମ ଦଳ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ଦିନ ୧୨ଟା ଯାଏ ବନ୍ଦ ପାଳନ ହେଉଛି । ଦରବୃଦ୍ଧିକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ୍ ଦେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଆନ୍ଦୋଳନକାରୀ ।

ସକାଳୁ ସକାଳୁ ବିଭିନ୍ନ ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ବାମ ଦଳର କର୍ମକର୍ତ୍ତା । ବିଭିନ୍ନ ସ୍ଥାନରେ ପିକେଟିଂ କରି ରାସ୍ତାରୋକ କରିଛନ୍ତି । ରେଳରୋକ ବି କରିଛନ୍ତି ଆନ୍ଦୋଳନକାରୀ । ଗାଡ଼ିମୋଟର ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି । ଏହି ୬ ଘଣ୍ଟିଆ ବନ୍ଦକୁ ସମର୍ଥନ କରିଛି ରାଜ୍ୟ କଂଗ୍ରେସ ଓ କିଛି ଟ୍ରେଡ୍ ୟୁନିଅନ୍ । ଲୋକଙ୍କୁ ଆଜି ଦିନେ ପେଟ୍ରୋଲ ଓ ଡିଜେଲ ନକିଣିବାକୁ ଅପିଲ କରିଛି ଦଳ ।

ଦିନକୁ ଦିନ ଦରବୃଦ୍ଧିର ଅସନ୍ତୋଷ ତେଜିବାରେ ଲାଗିଛି । ପେଟ୍ରୋଲ ଦାମ୍ ରାଜ୍ୟରେ ଶହେ ଟଙ୍କା ପାର କରିଥିବା ବେଳେ ଡିଜେଲ ଦାମ୍ ୯୭ ଟଙ୍କା ଉପରେ । ତାସାଙ୍ଗକୁ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ଅହେତୁକ ବୃଦ୍ଧି ହୋଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଦର କମାଇବା ସହ କଳାବଜାରି ବନ୍ଦ ଆଦି ଦାବି କରାଯାଇଛି ।
BREAKING NEWS
- ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍
- ATSର ବଡ଼ କାର୍ଯ୍ୟାନୁଷ୍ଠାନ, ମହିଳା ସମେତ ୫ ସନ୍ଦିଗ୍ଧ ପାକିସ୍ତାନୀ ଗୁପ୍ତଚର ଗିରଫ
- ସାରା ରାଜ୍ୟରେ ଝଡବର୍ଷା ଆଲର୍ଟ, ପ୍ରବଳ ବର୍ଷା ନେଇ ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
- ଶ୍ରୀମନ୍ଦିର ଛତିଶା ନିଯୋଗ ଓ ନୀତି ସବ୍ କମିଟି ବୈଠକ ଶେଷ, ନିଆଗଲା ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
- ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ନେଇ ଟ୍ରମ୍ପଙ୍କ ଘୋଷଣା
- ଓଡ଼ିଶା ରାଜ୍ୟ ଆଇନ ଆୟୋଗଙ୍କ ବାର୍ଷିକ ରିପୋର୍ଟ ଓ ନୂତନ ୱେବ୍ସାଇଟ୍ ଉନ୍ମୋଚିତ
- ଲସ୍କର-ଏ-ତୈବାର ଏକ ଆନ୍ତଃରାଜ୍ୟ ଆତଙ୍କବାଦୀ ମଡ୍ୟୁଲ୍ର ପର୍ଦ୍ଦାଫାସ୍, ୫ ଗିରଫ
- ଗିରଫ ହେଲେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର
- ରଗବୀ: ୧୭ ବର୍ଷରୁ କମ ବାଳିକା ବର୍ଗରେ ଓଡ଼ିଶା, ବାଳକ ବର୍ଗରେ ବିହାର ବିଜେତା
- ଆଇପିଏଲ: ପ୍ରତ୍ୟେକ ସିଜନରେ ଫ୍ରାଂଚାଇଜରଙ୍କ ହେଉଛି ୨୪୦୦ କୋଟି କ୍ଷତି !
Comments are closed.