Latest Odisha News

କର୍ଫ୍ୟୁ ଉଲ୍ଲଂଘନ ନେଇ କାର୍ଯ୍ୟାନୁଷ୍ଠାନ

ପୁରୀ : ରଥଯାତ୍ରାରେ ଜାରି ହୋଇ ଥିବା କର୍ଫ୍ୟୁ ଉଲଘଂନ ।  କର୍ଫ୍ୟୁ ଉଲଘଂନ କରି ବଡ଼ ଦାଣ୍ଡରେ ଥିବା ବିଭିନ୍ନ ଘର ଛାତ ଉପରେ ରଥଯାତ୍ରା ଦେଖିବା ଓ ରଥ ନିକଟକୁ ଯିବା କାରଣକୁ ନେଇ ପୁରୀ ପୋଲିସ ପକ୍ଷରୁ କାର୍ଯ୍ୟନୁଷ୍ଠାନ । ପ୍ରଥମ ପର୍ଯ୍ୟାୟରେ ୧୦ ଜଣଙ୍କ ବିରୋଧରେ ପ୍ରମାଣ ମିଳିବା ପରେ ଆଇନ ଗତ କାର୍ଯ୍ୟନୁଷ୍ଠାନ ପାଇଁ ପୁରୀ ପୋଲିସର ପଦକ୍ଷେପ  ।

୧୦ ଜଣ ହେଲେ ହରିୟାଣାର ଗୋବିନ୍ଦ କୃଷ୍ଣ ଦାସ , ଅତୁଲ କ୍ରିସ୍ନା , ପୁରୀର ସୋମନାଥ ସାହୁ , ରଂଜନ କୁମାର ପାତ୍ର , ସୁବ୍ରତ ପଣ୍ଡା , ଭବାନୀ ଜେନା , ମନୋରଞ୍ଜନ ମିଶ୍ର , ରାଜ ଦୀପ ହରିଚନ୍ଦନ , ରଘୁନାଥ ସରାଫ ଓ ବିଶ୍ୱନାଥ ସାହୁ । କର୍ଫ୍ୟୁ ଉଲଘଂନ ନେଇ ପ୍ରମାଣ ମିଳିଥିବାରୁ ଏମାନଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଅନ୍ୟ କିଛି ଲୋକଙ୍କ ବିରୋଧ ରେ ଅଭିଯୋଗ ଆସିଥିବା ବେଳେ ଉପଯୁକ୍ତ ପ୍ରମାଣ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ଏହି ଵ୍ୟକ୍ତିଙ୍କୁ କେଉଁ ମାନେ ସହଯୋଗ କରିଥିଲେ ଓ କିଭଳି ପାସ ପାଇଲେ ସେ ତଦନ୍ତ ପରେ ଦୋଷୀ ଅଧିକାରୀଙ୍କ ବିରୋଧରେ ମଧ୍ୟ କଡା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପୁରୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି

Comments are closed.