Latest Odisha News

BREAKING NEWS

ଭୁବନେଶ୍ୱର ମ୍ୟୁଜିକ୍ ସିଜଲର୍ସ ପକ୍ଷରୁ ଭଜନ ସନ୍ଧ୍ୟା

ଭୁବନେଶ୍ୱର : ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅବସରରେ, ଭୁବନେଶ୍ୱର ମ୍ୟୁଜିକ୍ ସିଜଲର୍ସ ପକ୍ଷରୁ ଅନଲାଇନ ମାଧ୍ୟମରେ ଏକ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜଗନ୍ନାଥଙ୍କର ଦୁଇଟି ସୁନ୍ଦର ଭଜନ, ‘ହେ କଳାଦିଅଁ’, ‘ଦୁନିଆ ଦୁଃଖ ବାହୁଡ଼ି ନିଅ’ ପରିବେଷଣ କରାଯାଇଥିଲା। ଏହା ପରେ ଅନେକ ଭକ୍ତ ଜଗନ୍ନାଥଙ୍କ ଅଙ୍ଗେ ନିଭାଇଥିବା ନିଜସ୍ଵ ଅନୁଭୂତି ବାଣ୍ଟିଥିବା ବେଳେ ଅନେକ କବି ଜଗନ୍ନାଥଙ୍କୁ ସମର୍ପିତ ଜଣାଣ ଗାନ କରିଥିଲେ। ବୈଷ୍ଣବ କୈଳାଶ , ସୁଶାନ୍ତ ପାଣି, କାବୁ, ସୀମା ମହାନ୍ତି, ମଧୁଲତା, ପୂଜା ପ୍ରତ୍ୟୁଷା, ଆକାଂକ୍ଷା ପ୍ରଭୃତି ନିଜର ଅନୁଭୂତି ବଖାଣିଥିଲେ।

ଭୁବନେଶ୍ୱର ମ୍ୟୁଜିକ୍ ସିଜଲର୍ସର ଅଧ୍ୟକ୍ଷ କୁମାର ଗୌରବ ଏବଂ ପ୍ରସନ୍ନ ସାହୁ ଭଜନ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave A Reply

Your email address will not be published.