Latest Odisha News

BREAKING NEWS

କାଳିଆ ପ୍ରେମରେ ପଡ଼ି ବର୍ଷାରେ ଭିଜିଲେ କ୍ରିଷନ୍ କୁମାର

ପୁରୀ: ଶୃଙ୍ଖଳିତ ଭାବରେ ଶେଷ ହୋଇଛି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ତିନି ରଥ ନିର୍ଦ୍ଧାରିତ ସମୟ ପୂର୍ବରୁ ସିଂହଦ୍ୱାର ଆଗରେ ଲାଗିଥିଲା । ଖରା ବର୍ଷାକୁ ଖାତିର ନକରି ସେବାୟତ ମହା ଆନନ୍ଦରେ ରଥ ଟାଣିଥିଲେ । ଏତିକିବେଳେ ଆଉ ଗୋଟିଏ ଦୃଶ୍ୟ ବି ସାମନାକୁ ଆସିଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଭକ୍ତିର ନିଦର୍ଶନ ।

ଧୁ ଧୁ ବର୍ଷା ହେଉଥିଲା । ବଡ଼ଦାଣ୍ଡରେ ଆଗକୁ ଆଗକୁ ଗଡୁଥିଲା ମହାପ୍ରଭୁଙ୍କ ରଥ । ଆଉ ବର୍ଷାରେ ଭିଜି ଭିଜି ରଥ ଆଗେ ଆଗେ ସବୁ କାମର ତଦାରଖ କରୁଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଖରା ବେଳେ ଯେମିତି କାମ କରୁଥିଲେ ବର୍ଷାକୁ ବି ସେଭଳି ଖାତିର ନଥିଲା ।

କାଳିଆର ଭକ୍ତିରେ ନିଜକୁ ସେ ଭିଜେଇ ଦେଇଥିଲେ । ଭାବଭକ୍ତିରେ ଏମିତି ବୁଡ଼ି ଯାଇଥିଲେ ଯେ ଖରା ବର୍ଷାରେ ବି ଘଡିଏ କେଉଁଠି ଅଟକି ନଯାଇ ନିଜ ଦାୟିତ୍ୱ ସମ୍ପାଦନ କରି ଚାଲିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର ।
ଖାଲି ପାଦରେ ସେବାୟତଙ୍କ ଗହଣରେ ଏମିତି ବର୍ଷାମାଡ଼ ଖାଇଥିଲେ ଶ୍ରୀମନ୍ଦିର ପ୍ରଶାସକ । ତାଙ୍କର ଏଭଳି ସେବା ମନୋଭାବକୁ ନେଇ ଏବେ ଶ୍ରୀକ୍ଷେତ୍ରରେ ସାରା ଚର୍ଚ୍ଚା । ଖାଲି ପୁରୀ ନୁହେଁ ସାରାରାଜ୍ୟରେ ତାଙ୍କର ନିଷ୍ଠାପର ଦାୟିତ୍ୱକୁ ତାରିଫ କରାଯାଉଛି ।

ଏପରିକି ସେବାୟତଙ୍କ ସହ ମିଶି ବଡ଼ଦାଣ୍ଡରେ ଗୀତଗୋବିନ୍ଦ ବି ଗାନ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ମହାପ୍ରଭୁଙ୍କ ଏହି ପବିତ୍ର ଯାତ୍ରାରେ ନିଜକୁ ସମର୍ପିତ କରିଥିଲେ ।

Leave A Reply

Your email address will not be published.