Latest Odisha News

ଭୁବନେଶ୍ବର ଓ ଖୋର୍ଦ୍ଧାରେ ଚିନ୍ତା ବଢ଼ାଉଛି ଡେଙ୍ଗୁ

ଭୁବନେଶ୍ବର : ଭୁବନେଶ୍ବର ଓ ଖୋର୍ଦ୍ଧାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ପ୍ରତିକାର ଓ ପ୍ରତିଷେଧକ ବ୍ୟବସ୍ଥା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ, ବିଏମସି ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ତଥା ଉଚ୍ଚସ୍ତରୀୟ ବୈଠକ ଆରମ୍ଭ ହୋଇଛି । ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକରେ ବିଏମସିର ଅତିରିକ୍ତ କମିଶନର, ଡେପୁଟି କମିଶନର, ସ୍ବାସ୍ଥ୍ୟ ଅଧିକାରୀଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସାମିଲ ହୋଇଥିଲେ ।

ଖୋର୍ଦ୍ଧା ଜିଲ୍ଲାରେ ମୋଟ ୧୫୦ରୁ ଅଧିକ ରୋଗୀ ଚିହ୍ନଟ ହୋଇସାରିଛନ୍ତି । ସେଥି ମଧ୍ୟରୁ ଅନେକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ, ବର୍ତ୍ତମାନ କିଛି ରୋଗୀ ସରକାରୀ ଓ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଭୁବନେଶ୍ବରରେ ନୀଳାଦ୍ରିବିହାର ଓ ଶୈଳଶ୍ରୀ ବିହାର ଅଞ୍ଚଳରେ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି । ବର୍ଷା ଦିନ ଜାରି ରହିବା ସହ ପରିମଳ ବ୍ୟବସ୍ଥାରେ ସମସ୍ୟା ଯୋଗୁଁ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

Leave A Reply

Your email address will not be published.