ମୁମ୍ବାଇ : ବାଣିଜ୍ୟ ନଗରୀ ମୁମ୍ବାଇରେ ତାଣ୍ଡ ରଚିଛି ଲଗାଣ ବର୍ଷା । ଭୁ-ସ୍ଖଳନ ଯୋଗୁ ମହାରାଷ୍ଟ୍ରରେ ଆସିଛି ମହାପ୍ରଳୟ । ଅତି ପ୍ରବଳ ବର୍ଷା ଯୋଗୁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ବିଭିନ୍ନ ସ୍ଥାନରେ ଭୁ-ସ୍ଖଳନ ଘଟି ୧୫୫ରୁ ଅଧିକ ଲୋକଙ୍କ ଜୀବନ ଗଲାଣି ।
ବନ୍ୟା ଯୋଗୁଁ ମହାରାଷ୍ଟ୍ରର ୯ ଜିଲ୍ଲା ଏବଂ ପାଖାପାଖି ୮୭୫ରୁ ଅଧିକ ଗାଁ ପ୍ରଭାବିତ ହୋଇଛି । ଏବେ ବି ଶହେରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଏନଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରତ୍ନଗିରି, ରାୟଗଡ଼ ଅଞ୍ଚଳରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ । ବନ୍ୟାରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ପାଖା ପାଖି ଦେଖ ଲକ୍ଷ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।
ବନ୍ୟାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ଆଲୋଚନା ହୋଇଛି । ସମସ୍ତ ସ୍ଥିତି ଉପରେ ନଜର ରଖାଯାଉଛି । ତେବେ ଆସନ୍ତା ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।
Comments are closed.