Latest Odisha News

ୟୁପି ନିର୍ବାଚନ: ସମାଜବାଦୀ ପାର୍ଟି ସହ ମେଂଟ କରିବ ଏନସିପି

ଲକ୍ଷ୍ନୌ: ଉତରପ୍ରଦେଶ ୨୦୨୨ ବିଧାନସଭା ନିର୍ବାଚ ପାଇଁ ସମସ୍ତ ଦଳ ଅଂଟା ଭିଡିବା ଆରମ୍ଭ କରିଛନ୍ତି । ମଙ୍ଗଳବାର ଏନସିପି ଓ ସମାଜବାଦୀ ପାର୍ଟି ମଧ୍ୟରେ ଗଠବନ୍ଧନ ହୋଇଛି । ସେମାନେ ଏକତ୍ର ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ କରିଛନ୍ତି । ଏନସିପି ମହାସଚିବ କେକେ ଶର୍ମା ଓ ପ୍ରଦେଶ ଅଧ୍ୟକ୍ଷ ଉମାଶଙ୍କର ଯାଦବ ଏହା ଘୋଷଣା କରିଛନ୍ତି ।

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ଆଲୋଚନା ସରିଛି । ଖୁବ୍ ଶୀଘ୍ର ସିଟ ଚୟନ ସମ୍ପର୍କରେ ଜଣାଇ ଦିଆଯିବ ବୋଲି ଶର୍ମା କହିଛନ୍ତି । କୃଷକ, ଯୁବକଙ୍କ ପାଇଁ ଆମେ ଲଢ଼ିବୁ ବୋଲି ଏନସିପି ପକ୍ଷରୁ କୁହାଯାଇଛି । ସମାଜବାଦୀ ପାର୍ଟି ପକ୍ଷରୁ ଏ ନେଇ କୌଣସି ବୟାନ ଜାରୀ କରାଯାଇ ନାହିଁ ।

Leave A Reply

Your email address will not be published.