Latest Odisha News

BREAKING NEWS

କୈଳାଶ ମନ୍ଦିରରେ ଏଲିଆନ୍ସ ରହସ୍ୟ

ଭୁବନେଶ୍ୱର : ବିଜ୍ଞାନ ଯୁଗରେ ନୁଆ ନୂଆ ଆବିଷ୍କାର ଆମକୁ ବିସ୍ମୟ କରିଆସୁଛି । ବୈଜ୍ଞାନିକଙ୍କ ପାଖରେ ସବୁ ସମ୍ଭବକୁ ଅସମ୍ଭବ କରିବାର ରହିଛି କ୍ଷମତା । ହେଲେ ପ୍ରକୃତି ଭିିତରେ ଏମିତି କିଛି ଘଟଣା ଘଟୁଛି ଯାହାକି ଭେଦ କରିବାକୁ ବୈଜ୍ଞାନିକ ବି ସଫଳ ହୋଇନାହାନ୍ତି । ଆମ ଚାରିପଟେ ଏମିତି ବହୁ ରହସ୍ୟ ରହିଛି । ତେବେ ସେମିତି କିଛି ରହସ୍ୟମୟ ଘଟଣା ବି ଦେଖିବା ଏହି କୈଳାସ ମନ୍ଦିର ନେଇ । ଯେଉଁଠି ମନ୍ଦିର ଏଲିଆନ୍ସ କରିଥିବା ଦାବିହେଉଥିବା ବେଳେ ବାସ୍ତବରେ କଣ ରହିଛି ରହସ୍ୟ ତାହା କାହାକୁ ବି ଜଣାନାହିଁ । ହଜାର ହଜାର ବର୍ଷ ପୁରୁଣା ହେଉଛି ଏହି କୈଳାଶ ମନ୍ଦିର । ମହାରାଷ୍ଟ୍ର ଅଜନ୍ତା ଗୁମ୍ଫା ନିକଟରେ କୈଳାଶ ମନ୍ଦିର । ଯେଉଁଠି ଗୋଟିଏ ବଡ଼ ପଥର ଖଣ୍ଡ କରି ଉଚ୍ଚ କୋଟିର ଖୋଦେଇ କରାଯାଇଛି । ବିଭିନ୍ନ ମୂର୍ତ୍ତି ସହିତ ପାଖାପାଖି ୪ଲକ୍ଷ ଟନ୍ ପଥର ମାତ୍ର ରହିଛି ସେଥିରେ ଯାହାକି ତିଆରି ହେବାକୁ ପ୍ରାୟ ୧୮ ବର୍ଷ ଲାଗିଥିବ ଅନୁମାନ କରିହୁଏ । ମନ୍ଦିରର କଲା ସ୍ଥାପତ୍ୟ ବେଶ୍ ଉଚ୍ଚକୋଟୀର ହୋଇଥିବାବେଳେ ଏହା କେବଳ ଏଲିଆନ୍ସ ମାନଙ୍କ ଦ୍ଵାରା କରାଯାଇଥିବା ଲୋକେ କୁହନ୍ତି ।।।

 

Leave A Reply

Your email address will not be published.