Latest Odisha News

BREAKING NEWS

ଆସନ୍ତାକାଲିଠୁ ଆରମ୍ଭ ମାଟ୍ରିକ୍ ଅଫଲାଇନ ପରୀକ୍ଷା

କଟକ : ଆସନ୍ତାକାଲିଠୁ ଆରମ୍ଭ ହେବ ମାଟ୍ରିକ ଅଫଲାଇନ ପରୀକ୍ଷା । କରୋନା କଟକଣାରେ ପରୀକ୍ଷା କରାଇବାକୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । କ୍ଲାସରୁମ୍ ସାନିଟାଇଜ୍ ହେବା ସହ ଷ୍ଟ୍ରଙ୍ଗରୁମରେ ପ୍ରଶ୍ନପତ୍ର ପହଞ୍ଚିଛି । ପରୀକ୍ଷା ହଲ୍‌କୁ କରୋନା ନେଗେଟିଭ୍ ରିପୋର୍ଟ ନେଇ ଆସିବାକୁ ନିର୍ଦ୍ଦେଶ ଥିବାରୁ ଶିକ୍ଷକମାନଙ୍କ କୋଭିଡ୍‌ ଟେଷ୍ଟ ଆରମ୍ଭ ହୋଇଛି । ଆସନ୍ତାକାଲିଠୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ । ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଫର୍ମପୂରଣ କରିଛନ୍ତି ।

ରେଗୁଲାରରେ ୨୭୮ କେନ୍ଦ୍ରରେ ୬୫୯୭ ଜଣ ପିଲା ପରୀକ୍ଷା ଦେବେ । ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ୨୨୨ କେନ୍ଦ୍ରରେ ୮୪୯୩ ଏବଂ ମଧ୍ୟମାରେ ୪ଟି କେନ୍ଦ୍ରରେ ୬୧ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ କେବଳ ବ୍ଲକ୍ ମୁଖ୍ୟାଳୟ ଓ ଜିଲ୍ଲା ମୁଖ୍ୟାଳୟରେ ଥିବା ପ୍ରମୁଖ ବିଦ୍ୟାଳୟ ଗୁଡ଼ିକୁ ପରୀକ୍ଷା କେନ୍ଦ୍ର ଭାବେ ଚୟନ କରାଯାଇଛି । ପରୀକ୍ଷା କେନ୍ଦ୍ରରେ ସମସ୍ତ ବ୍ୟବସ୍ଥା କରାଯାଇଛି । ପରୀକ୍ଷା କେନ୍ଦ୍ରରେ ସମସ୍ତ ଛାତ୍ରଛାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ । ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହେବ । ଅଗଷ୍ଟ ୨୨ ତାରିଖ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ଯୋଜନା ରଖିଛି ଶିକ୍ଷାବିଭାଗ ।

Leave A Reply

Your email address will not be published.