Latest Odisha News

BREAKING NEWS

ଓଡ଼ିଶାରେ ବିରଳ ନାଲି ବଗ

କେଦ୍ରାପଡା: ଓଡ଼ିଶାରେ ବିରଳ ନାଲି ବଗ । ଓଡ଼ିଶାର ଦେଖା ଦେଇଛି ଏକ ଅତି ବିରଳ ନାଲି ରଙ୍ଗର ବଗ । କେଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସଂଲଗ୍ନ ଜମ୍ବୁ ଲୁଣାଜଙ୍ଗଲ ପାର୍ଶ୍ଵରେ ଦେଖା ଦେଇଛି ନାଲି ରଙ୍ଗର ବଗ । ଚାଷ ଜମିରେ ଚାଷ ପାଇଁ ଟ୍ରାକ୍ଟର ହଳ କରୁଥିବା ବେଳେ ଏହି ବିରଳ ପ୍ରଜାତିର ନାଲି ରଙ୍ଗର ବଗ  ଦେଖା ଦେଇଛି ।  ଏଇ ଭଳି ଏକ ରଙ୍ଗର ପକ୍ଷୀ ଟିକୁ ଦେଖି ଏକ ବିଦେଶୀ ପକ୍ଷୀ ହେବାର ଦ୍ଵନ୍ଦ , କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ସେଇ ବଗଟିକୁ ବିଶେଷଜ୍ଞ ମାନଙ୍କ ସହ ପରାମର୍ଶ କରି କ୍ୟାଟେଲ ଇଗ୍ରେଟ ବୋଲି ଚିହ୍ନଟ କରିଥିଲେ । ଏଇ କ୍ୟାଟେଲ ଇଗ୍ରେଟ (cattle egret) ଓଡ଼ିଶାର ସବୁଠାରେ ଦେଖା ଯାଆନ୍ତି, ହେଲେ ଏଇ ଭଳି ବିରଳ ନାଲି ରଙ୍ଗର ବଗ ଆଗରୁ କେହି କେବେ ଭିଡ଼ିଓ କରିନଥିଲେ ।

ଏଇ ଭିଡ଼ିଓକୁ ଦେଖି ଖୋର୍ଦ୍ଧା ଜିଲ୍ଲାର ବନ୍ୟ ପ୍ରାଣୀ ତତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ ଏଇ ବିରଳ ନାଲି ରଙ୍ଗର ମୁଟେସନକୁ ଏରିଥ୍ରୀଜିମ (Erythrism) ବୋଲି ଚିହ୍ନଟ କରିଥିଲେ । ଏଇ ଏରିଥ୍ରୀଜିମ ମୁଟେସନରେ ପକ୍ଷୀର ରଙ୍ଗ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ନାଲି ବା ଗୋଲାପୀ ରଙ୍ଗ ହୋଇଯାଇଥାଏ । ଏହି ଏରିଥ୍ରୀଜିମ ହେବାର ଦୁଇଟି କାରଣ ଥାଏ, ପ୍ରଥମ କାରଣଟି ହେଲା ଜିନରେ ମୁଟେସନ, ଏବଂ ଦ୍ଵିତୀୟ କାରଣଟି ହେଲା ଖାଦ୍ୟପେୟରେ ପରିବର୍ତ୍ତନ ।

 

Leave A Reply

Your email address will not be published.