Latest Odisha News

BREAKING NEWS

ନବୀନ ଏଥର ପଶ୍ଚିମ ଓଡ଼ିଶାରୁ ଲଢିବେ ନିର୍ବାଚନ !

ଭୁବନେଶ୍ୱର: ବିଜେଡ଼ି ସଭାପତି ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରୁ ଏଥର ନିର୍ବାଚନ ଲଢିବା ନେଇ ରବିବାର ଦିନ ସୂଚନା ଦେଇଛନ୍ତି ।

“ପଶ୍ଚିମ ଓଡ଼ିଶାର ମୋ ଦଳର ନେତାମାନେ ମୋତେ ଏହି ଅଞ୍ଚଳର କୌଣସି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିବା ନିମନ୍ତେ ପ୍ରସ୍ତାବ ଦେଇଛନ୍ତି,” ବୋଲି ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇଛନ୍ତି ।

ଇତିମଧ୍ୟରେ ବିଜେଡ଼ି ସୂତ୍ରରୁ ଜଣାପଡ଼ିଛି ଯେ, ପଶ୍ଚିମାଞ୍ଚଳର ବିକାଶ ନିମନ୍ତେ ସେହି ଅଞ୍ଚଳର ପ୍ରାୟ ଅଧିକାଂଶ ବରିଷ୍ଠ ନେତା ମୁଖ୍ୟମନ୍ତ୍ରୀଙ୍କୁ ସେହି ଅଞ୍ଚଳର ଯେକୌଣସି ବିଧାନସଭା ଆସନରୁ ନିର୍ବାଚନ ଲଢିବା ନିମନ୍ତେ ଅନୁରୋଧ କରିଛନ୍ତି । ଯେହେତୁ ଏହିସବୁ ଅଞ୍ଚଳ ଅନେକ ଦିନଧରି ପଛୁଆ ଅଞ୍ଚଳ ଭାବେ ରହିଛି ତେଣୁ ଏହାଦ୍ୱାରା ସେହି ସମସ୍ତ ଅଞ୍ଚଳରେ ବିକାଶର ଧାରା ତ୍ୱରାନ୍ୱିତ ହୋଇପାରିବ ।

ଏହା ବ୍ୟତୀତ, ଏଠାରେ ମୁଖ୍ୟମନ୍ତ୍ରୀ ନିଜେ ନିର୍ବାଚନ ଲଢିଲେ ବିଜେପିର ଚ୍ୟାଲେଞ୍ଜକୁ ଦଳ ସହଜରେ ପ୍ରତିହତ କରିପାରିବାର ଯଥେଷ୍ଟ ସମ୍ଭାବନା ରହିଛି ମଧ୍ୟ ।

ପଶ୍ଚିମାଞ୍ଚଳର ୩୦ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୨୦୧୪ ନିର୍ବାଚନରେ ବିଜେଡ଼ିକୁ ୧୭ଟି, ବିଜେପିକୁ ୭ଟି ଏବଂ କଂଗ୍ରେସକୁ ୪ଟି ଆସନ ମିଳିପାରିଛି ।

ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ମୁଖ୍ୟମନ୍ତ୍ରୀ ନିଜେ ନେବେ, ତେବେ ହିଞ୍ଜିଳି ଆସନ ଛାଡ଼ିବେ କି ନାହିଁ ତାହା ମଧ୍ୟ ନବୀନଙ୍କ ଉପରେ ନିର୍ଭର କରୁଛି ।

Leave A Reply

Your email address will not be published.