Latest Odisha News

BREAKING NEWS

Har Gali Jantar Mantar: ଶୁକ୍ରବାର ଶୋଭାଯାତ୍ରା, ଲୋଡାଯାଇନି ପୋଲିସ ଅନୁମତି

ନୂଆଦିଲ୍ଲୀ: ଶୁକ୍ରବାର ଦିଲ୍ଲୀର ସବୁ ଗଳି ହେବ ଜନ୍ତର ମନ୍ତର । ସବୁଠୁ ଶୁଭିବ ସିଇସି ବିରୋଧୀ ସ୍ୱର । ପିପୁଲ୍ସ ଏଗନେଷ୍ଟ ଏସଆଇଆର ମଂଚ ସବୁ ଗଳି, ସବୁ ଗାଁ, ମୋ ଘର ଜନ୍ତର ମନ୍ତର ବୋଲି ନାରା ଦେବାକୁ ଯାଉଛି । ନୋ ଏସଆଇଆର ଅଭିଯାନ କରିବ ମଂଚ । ରାଜଧାନୀର ଏହି ପଦଯାତ୍ରା କନଟ୍ ପ୍ଲେସର ବାଙ୍ଗଲା ସାହିବ ଗୁରୁଦ୍ୱାରାରୁ ପଟେଲ ଚୌକ୍ ନିକଟ ନିର୍ବାଚନ କମିଶମନଙ୍କ କାର୍ଯ୍ୟାଳୟ ଯାଏଁ ଅନୁଷ୍ଠିତ ହେବାର ରହିଛି । ପୋଲିସ ରାସ୍ତା ଅବରୋଧ କଲେ ପ୍ରତିବାଦକାରୀ ଜନସଂସଦ ଆୟୋଜନ କରିବେ । ଜାତୀୟ ସଙ୍ଗୀତ ଗାନ କରି ଛତ୍ରଭଙ୍ଗ ଦେବେ ବୋଲି ମଂଚ କହିଛି । ଶୁକ୍ରବାର ହେବାକୁ ଥିବା ନିର୍ବାଚନ ଆୟୋଗ ବିରୋଧୀ ଶୋଭାଯାତ୍ରା ପାଇଁ ସିଜେପିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ, ଛାତ୍ର ନେତା ନେହା ବୋରା, ଆଇଶେ ଘୋଷ ଓ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ସମେତ ଅନେକ ପ୍ରମୁଖ ବ୍ୟକ୍ତିଙ୍କୁ ଶୁକ୍ରବାର ରାଜଧାନୀରେ ଆୟୋଜିତ ହେବାକୁ ଥିବା ଶୋଭାଯାତ୍ରାକୁ ନିମନ୍ତ୍ରଣ କରାଯାଇଛି । ଗଣତନ୍ତ୍ରର ପୁନଃସ୍ଥାପନ , ସିଇସି ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା, ଭୋଟର ତାଲିକା ପ୍ରକ୍ରିୟା ରଦ୍ଦ କରିବାକୁ ଚାପ ପକାଇବା ଶୋଭାଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ । ସେପଟେ ଦେଶର ଅନ୍ୟାନ୍ୟ ଅଂଚଳରେ ହେବାକୁ ଥିବା ଏହି ପଦଯାତ୍ରା ପାଇଁ ଅର୍ଥନୀତିଜ୍ଞ ପାରକାଲା ପ୍ରଭାକର, ଅଭିନେତା ତଥା ସମାଜସେବୀ ପ୍ରକାଶ ରାଜ୍ , କୃଷକନେତା ରାକେଶ ଟିକ୍କାୟତ ଓ ଲେଖକ ତୁଷାର ଗାନ୍ଧୀଙ୍କୁ ମଧ୍ୟ ନିମନ୍ତ୍ରଣ ହୋଇଛି । ପ୍ରଭାକର ପୂର୍ବରୁ ଏସଆଇଆର ପ୍ରକ୍ରିୟାକୁ ନାଗରିକତ୍ୱର ଏକ ରକ୍ତହୀନ ରାଜନୈତିକ ନରସଂହାର ବୋଲି କହିଛନ୍ତି । ପିପୁଲ୍ସ ଏଗନେଷ୍ଟ ଏସଆଇଆର ଦ୍ୱାରା ଏହି ଶୋଭାଯାତ୍ରା ହେବାକୁ ଥିବା ବେଳେ ଛାତ୍ର, କୃଷକ, ମହିଳା ଗୋଷ୍ଠୀ ଓ ନାଗରିକ ସମାଜ ଗୋଷ୍ଠୀୀଙ୍କ ଦ୍ୱାରା ପ୍ରାୟ ସପ୍ତାହେ ପୂର୍ବରୁ ଗଢାହୋଇଥିଲା ଏହି ମଂଚ । ଏହି ଆୟୋଜିତ ଶୋଭାଯାତ୍ରା ପୋଲିସର ଅନୁମତି ବିନା ଯୋଜନା କରାଯାଉଛି । ପୂର୍ବରୁ ବିକ୍ଷୋଭ ସମୟରେ ଲାଗୁ ହୋଇଥିବା ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୪, ନୂଆଦିଲ୍ଲୀରେ ବଳବତର ରହିଛି । ତେଣୁ ସିଜେପିର ବିକ୍ଷୋଭ ହେଉ କିମ୍ବା ଦେଶର ବିଭିନ୍ନ ସ୍ଥାନରେ ହେଉଥିବା ଶୋଭାଯାତ୍ରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ନଜରକୁ ଆଣିଲେ ଅସୁବିଧାର ସମ୍ମୁଖୀନ ହେବା ସମ୍ଭାବନା ରହିଛି ।

ଗଣତନ୍ତ୍ର ପୁନରୁଦ୍ଧାର ପାଇଁ ଏହି ପଦଯାତ୍ରା କୌଣସି ସ୍ଥାନରେ ପୋଲିସର ଅନୁମତି ଲୋଡିବ ନାହିଁ ବୋଲି ଅକ୍ଟୋବର ୧୮ରେ ମଂଚ ପକ୍ଷରୁ କୁହାଯାଇଥିଲା । ଏମିତିକି ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କ ଉପରେ ପୋଲିସ, ଅର୍ଦ୍ଧସାମରିକ ବଳ ଓ କାରାଗାର କର୍ତ୍ତୃପକ୍ଷ କୌଣସି ବଳ ପ୍ରୟୋଗ କରିପାରିବେ ନାହିଁ ବୋଲି ଚେତାବନୀ ଦିଆଯାଇଥିଲା । ଜ୍ଞାନେଶ କୁମାର ତାଙ୍କ ସାମ୍ବିଧାନିକ ଶପଥ ଉଲଂଘନ କରିଛନ୍ତି । ତେଣୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ମଂଚ ପକ୍ଷରୁ କୁହାଯାଇଛି । ଶୋଭାଯାତ୍ରାକୁ ନିମନ୍ତ୍ରିତ ବ୍ୟକ୍ତିଙ୍କ ମଧ୍ୟରୁ ସିଇସିଙ୍କ ବିରୋଧରେ ଏଭଳି ପ୍ରଦର୍ଶନ କରିବା ଅଭିଯୋଗରେ ଅଟକ ରଖାଯାଇଥିଲା । ଅକ୍ଟୋବର ୧୦ରେ ଦୀପକେ ଓ ସିଜେପିର ଅନ୍ୟ ସଦସ୍ୟ ସୌରଭ ଦାସ ଓ ରଙ୍କାଙ୍କୁ ଜନ୍ତର ମନ୍ତର ଠାରେ ଏକ ଶୋଭାଯାତ୍ରା ଆରମ୍ଭ କରିବା ପୂର୍ବରୁ ଅଟକ ରଖାଯାଇଥିଲା । ସୂଚନା ଅନୁସାରେ ଜନ୍ତର ମନ୍ତର ଏବେ ଆଉ ପ୍ରଦର୍ଶନ ପାଇଁ ଅନୁମୋଦିତ ସ୍ଥାନ ନୁହେଁ । ଏହି ପ୍ରସ୍ତାବିତ ପ୍ରଦର୍ଶନକୁ ରୋକିବାକୁ ପ୍ରାୟ ୪୧ହଜାର ସୁରକ୍ଷାକର୍ମୀ ରାଜଧାନୀକୁ ଏକ ଦୁର୍ଗରେ ପରିଣତ କରିଦେଇଥିଲେ । ଏହି ଅଦ୍ଭୁତ କଟକଣାରୁ ୭ହଜାର ଲୋକଙ୍କୁ ଅଟକ ରଖାଗଲା ଓ ଦିଲ୍ଲୀର ଅନେକ ଅଂଚଳ ଜନଶୂନ୍ୟ ହୋଇଥିଲା । ଅକ୍ଟୋବର ୬ରେ ଇଣ୍ଡିଆ ମେଂଟର ସାଂସଦମାନଙ୍କୁ ଅଟକ ରଖାଯାଇଥିଲା । ପ୍ରାୟ ୩ଶହ ଜଣ ଜନପ୍ରତିିଧି ଅଟକ ଥିଲେ । ନିର୍ବାଚନ ଆୟୋଗ ଓ ଭାରତୀୟ ଜନତା ପାର୍ଟି ଏସଆଇଆର ସମ୍ବନ୍ଧୀୟ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଅକଟୋବର ୧୦ରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଆନ୍ଦୋଳନକାରୀଙ୍କୁ ଅରାଜକତତ୍ତ୍ୱ ବୋଲି ଆଖ୍ୟା ଦେଇଥିଲେ ।

Leave A Reply

Your email address will not be published.