Latest Odisha News

BREAKING NEWS

ଅଗଷ୍ଟରୁ ସେପ୍ଟେମ୍ବର ମାସ ମଧ୍ୟରେ ଆସିପାରେ କରୋନାର ତୃତୀୟ ଲହର

ଭୁବନେଶ୍ବର : ରାଜ୍ୟରେ କମୁଛି ସଂକ୍ରମଣ । ମାମଲା ଦିନକୁ ଦିନ ହ୍ରାସ ପାଉଥିବା ବେଳେ, ଏବେ ପୁଣି ଚିନ୍ତା ବଢ଼ାଇଲାଣି ତୃତୀୟ ଲହର । କାରଣ ବିଶେଷଜ୍ଞଙ୍କ କହିବା ଅନୁସାରେ, ଅଗଷ୍ଟରୁ ସେପ୍ଟେମ୍ବର ମାସ ମଧ୍ୟରେ ଆସିପାରେ କରୋନାର ତୃତୀୟ ଲହର । ଚଳିତ ମାସ ଶେଷ ବେଳକୁ ଦେଶରେ ତୃତୀୟ ଲହର ଆସିପାରେ ବୋଲି ଆକଳନ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଏପରିକି ଅକ୍ଟୋବରରେ ପିକ ଛୁଇଁ ପାରେ ସଂକ୍ରମଣ । ଗୁରୁତ୍ବପୂର୍ଣ୍ଣ କଥା ଯେ, ତୃତୀୟ ଲହରରେ ଡେଲ୍ଟା ଭ୍ୟାରିଆଣ୍ଟ ଅଧିକ ସଂକ୍ରମିତ କରିବାର ଆଶଙ୍କା ରହିଛି । ସେହିପରି ଦୈନିକ ଲକ୍ଷେରୁ ଦେଢ଼ ଲକ୍ଷ ଲୋକ ସଂକ୍ରମିତ ହୋଇପାରନ୍ତି ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ଅନ୍ୟପଟେ ଓଡ଼ିଶାରେ ଆର୍‌. ଭାଲ୍ୟୁ ଅନ୍ୟ ରାଜ୍ୟ ତୁଳନାରେ ଭଲ ଅଛି । ଆର୍‌. ଭାଲ୍ୟୁ ୧ ପ୍ରତିଶତ ଉପରେ ରହିଲେ ଅଧିକ ଲୋକଙ୍କୁ ସଂକ୍ରମିତ ହେବ । କେତେକ ରାଜ୍ୟରେ ବର୍ତ୍ତମାନ ଆର୍‌ ଭାଲ୍ୟୁ ୧ ପ୍ରତିଶତ ପାଖାପାଖି ପହଞ୍ଚିଛି । ହେଲେ ଓଡ଼ିଶାରେ ଆର୍‌. ଭାଲ୍ୟୁ ୧ ପ୍ରତିଶତ ହୋଇନାହିଁ । ୧ ପ୍ରତିଶତ ଉପରେ ରହିଲେ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି ବୋଲି କହିଛନ୍ତି ଡିଏମ୍‌ଇଟି ସି.ବି.କେ ମହାନ୍ତି । ହେଲେ ଏହାକୁ ନେଇ ବ୍ୟସ୍ତ ହେବାର କାରଣ ନାହିଁ ବୋଲି ସେ କହିଛନ୍ତି । କାରଣ ମହାମାରୀର ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଡିଏମଇଟି ।

Comments are closed.